The Ultimate Managed Hosting Platform
ADVERTISEMENT

ଆହୁରି ୭ ଦିନ ବର୍ଷିବ ; ମେ ୨୭ରେ ଲଘୁଚାପ କ୍ଷେତ୍ର ସମ୍ଭାବନା, ଲଘୁଚାପ ବାତ୍ୟା ରୂପ ନେବାର ସମ୍ଭାବନା ନାହିଁ

Facebook
Twitter
LinkedIn

ଭୁବନେଶ୍ୱର : ଦେଶର ଅନେକ ରାଜ୍ୟରେ ବର୍ଷା ଜାରି ରହିଛି। ଏଥିରୁ ଓଡ଼ିଶା ମଧ୍ୟ ବାଦ୍ ପଡ଼ିନାହିଁ। ରାଜ୍ୟରେ ବିଗତ କିଛି ଦିନ ହେଲା କାଳବୈଶାଖୀ ସହିତ ବର୍ଷା ଜାରି ରହିଛି। ଗ୍ରୀଷ୍ମଦିନରେ ନିଦାଘ ଖରା ନାହିଁ। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ ଆଗାମୀ ୭ ଦିନ ପର୍ୟ୍ୟନ୍ତ ବର୍ଷା ସମ୍ଭାବନା ରହିଛି। ଏହି ସମୟରେ ଅଧିକାଂଶ ସ୍ଥାନରେ ବର୍ଷା ସହିତ ଝଟ୍କା ପବନ ବହିବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଶ୍ରୀମତୀ ମହାନ୍ତି କହିଛନ୍ତି, ଗତକାଲି କେରଳରେ ମୌସୁମୀ ସ୍ପର୍ଶ କରିଛି। ଏହା ଧୀରେଧୀରେ ଆଗକୁ ଅଗ୍ରସର ହେଉଛି। କିନ୍ତୁ ଓଡ଼ିଶାକୁ ମୌସୁମୀ ଆସିବାରେ ଟିକେ ସମୟ ଲାଗିବ। ଉତ୍ତରପୂର୍ବାଞ୍ଚଳ ରାଜ୍ୟ ପରେ ଓଡ଼ିଶାକୁ ମୌସୁମୀ ଆସିବ। ରାଜ୍ୟରେ ଜାରି ରହିଥିବା ବର୍ଷା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ୨୭ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି। ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏହି ଲଘୁଚାପ କେନ୍ଦ୍ର ସୃଷ୍ଟି ହେବ। କିନ୍ତୁ ଏହି ଲଘୁଚାପ ବାତ୍ୟା ରୂପ ନେବାର ସମ୍ଭାବନା ନାହିଁ। ଏହାକୁ ଅପପ୍ରଚାର କରାଯାଉଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ବାତ୍ୟା ନେଇ କୌଣସି ସୂଚନା ଦିଆଯାଇ ନାହିଁ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ସୃଷ୍ଟି ହେଲା ଲଘୁଚାପ

ଆସନ୍ତାକାଲିଠୁ ବଢିବ ବର୍ଷାର ପରିମାଣ, ୨୭ ତାରିଖ ଯାଏଁ ବର୍ଷା

ଭୁବନେଶ୍ୱର : ଆସନ୍ତାକାଲିଠୁ ରାଜ୍ୟରେ ବଢ଼ିବ ବର୍ଷା ପରିମାଣ । ୨୭ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ଲାଗି ରହିବ ପ୍ରବଳରୁ ଅତିପ୍ରବଳ ବର୍ଷା । ଆଜି ସାରା...

ADVERTISEMENT
ନାଁ ନ ନେଇ ମମତାଙ୍କୁ ଟାର୍ଗେଟ, ଯିଏ କରିବ ସେ ଫଳ ଭୋଗିବ : ପ୍ରଭାତୀ

କର୍ମକ୍ଷେତ୍ରରେ ଯୌନ ଶୋଷଣକାରୀଙ୍କୁ ସାବଧାନ ରୁହନ୍ତୁ , ଶୋଷଣକାରୀଙ୍କ ବିରୋଧରେ ସ୍ୱର ଉଠାଇଲା ମାତ୍ରେ ଆକ୍ସନ : ପ୍ରଭାତୀ ପରିଡା

ଭୁବନେଶ୍ୱର : କର୍ମକ୍ଷେତ୍ରରେ ଯୌନ ଶୋଷଣକାରୀଙ୍କୁ ସାବଧାନ ରୁହନ୍ତୁ । ସେମାନଙ୍କର କୈାଣସି ପ୍ରସ୍ତାବକୁ ଅଗ୍ରାହ୍ୟ କରନ୍ତୁ । ଶୋଷଣକାରୀଙ୍କ ବିରୋଧରେ ସ୍ୱର ଉଠାଇଲା ମାତ୍ରେ ଆକ୍ସନ...

Login