The Ultimate Managed Hosting Platform
ADVERTISEMENT

ମହାରାଷ୍ଟ୍ରରେ ଆହୁରି ୬ଜଣ ଓମିକ୍ରନ ପଜିଟିଭ୍ ଚିହ୍ନଟ,

Facebook
Twitter
LinkedIn

କରୋନାଭାଇରସ୍ ର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ୍ ର ମାମଲା ଦିନକୁ ଦିନ ବୃଦ୍ଧି ପାଉଛି। ଏହା ଏକ ଚିନ୍ତାର ବିଷୟ ପାଲଟିଛି। ମହାରାଷ୍ଟ୍ରରେ ଓମିକ୍ରନର ଆଉ ୬ ଟି ନୂଆ ମାମଲା ସାମ୍ନାକୁ ଆସିଛି। ଯାହାପରେ ମୋଟ ଭାରତରେ ଏହି ମାମଲା ୧୫୧ କୁ ବୃଦ୍ଧି ପାଇଛି।

 ଏପର୍ଯ୍ୟନ୍ତ ୧୧ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ- ମହାରାଷ୍ଟ୍ର (୫୪), ଦିଲ୍ଲୀ (୨୨), ରାଜସ୍ଥାନ (୧୭), କର୍ଣ୍ଣାଟକ (୧୪), ତେଲେଙ୍ଗାନା (୨୦), କେରଳ (୧୧), ଗୁଜୁରାଟ (୯) ଆନ୍ଧ୍ରପ୍ରଦେଶ (୧), ଚଣ୍ଡିଗଡ଼ (୧), ତାମିଲନାଡୁ (୧) ଏବଂ ପଶ୍ଚିମବଙ୍ଗ (୧) ଓମିକ୍ରନ୍ ର ରୋଗୀ ଚିହ୍ନଟ ହୋଇଛନ୍ତି।

ରବିବାର ଦିନ ଓମିକ୍ରନ୍‌ରେ ୬ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି ଏବଂ ରାଜ୍ୟରେ ଏହି ରୋଗରେ ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ୫୪ କୁ ବୃଦ୍ଧି ପାଇଛି। ଏହି ରୋଗୀଙ୍କ ମଧ୍ୟରୁ ଦୁଇଜଣ ତାନଜାନିଆ ଯାତ୍ରା କରିଥିଲେ। ଏଥିସହିତ ଦୁଇଜଣ ଇଂଲଣ୍ଡରୁ ଫେରିଥିବା ବେଳେ ଜଣେ ପଶ୍ଚିମ ଏସିଆ ଯାତ୍ରା କରିଛନ୍ତି। ଏମାନେ ସମସ୍ତ ସମ୍ପୂର୍ଣ୍ଣ ଟୀକା ନେଇଛନ୍ତି।

ବିଭାଗ ସୂତ୍ରରୁ ପ୍ରକାଶ, ଅନ୍ୟ ଜଣେ ରୋଗୀ ପୁଣେର ଜୁନାରର ପାଞ୍ଚ ବର୍ଷର ଶିଶୁ, ଯିଏ ଜୁନ୍ନରର ଦୁବାଇ ଯାତ୍ରୀଙ୍କ ସହ ଘନିଷ୍ଠ ସମ୍ପର୍କ ରଖିଥିଲା। ବିବୃତ୍ତିରେ କୁହାଯାଇଛି, ‘ଓମିକ୍ରନର ୬ ଟି ନୂଆ ମାମଲା ସାମ୍ନାକୁ ଆସିଛି – ସେଥିମଧ୍ୟରୁ ମୁମ୍ବାଇ ବିମାନବନ୍ଦରରେ ଯାଞ୍ଚ ସମୟରେ ଚାରିଜଣ ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇଥିଲା। ଏହି ଚାରିଜଣ ରୋଗୀଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ମୁମ୍ବାଇର। ଦୁଇଜଣ କର୍ଣ୍ଣାଟକର ଏବଂ ଅନ୍ୟ ଜଣେ ଅରଙ୍ଗାବାଦର। ରାଜ୍ୟରେ ରିପୋର୍ଟ ହୋଇଥିବା ମୋଟ ୫୪ ଟି ମାମଲା ମଧ୍ୟରୁ ୨୨ ଟି ମାମଲା ମୁମ୍ବାଇରେ ପ୍ରମାଣିତ ହୋଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login