The Ultimate Managed Hosting Platform
ADVERTISEMENT

ଆହୁରି ୫ ଦିନ ପ୍ରବଳ ବର୍ଷିବ !

Facebook
Twitter
LinkedIn

ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଉତ୍ତର ଓଡିଶା ଏବଂ ଏହାର ନିକଟବର୍ତ୍ତୀ ଅଂଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ସହ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବା ଯୋଗୁଁ ଏହାର ପ୍ରଭାବରେ ବର୍ଷା ହେଉଛି । ଏଭଳି ବର୍ଷା ଆହୁରି ୩-୪ ଦିନ ଲାଗି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ୩ ଦିନର ଲଗାଣ ବର୍ଷାରେ ମାଲକାନଗିରିର ସ୍ଥିତି ବେହାଲ ହୋଇପଡିଛି । ଗୋଦାବରୀ ନଦୀ ଫୁଲିବା ଯୋଗୁଁ ସିଲେରୁ ଓ ସାବେରି ନଦୀରୁ ଜଳ ନିଷ୍କାସନ ହୋଇପାରୁନାହିଁ । ୩୨୬ ନମ୍ବର ଜାତୀୟ ରାଜପଥ ମୋଟୁ ନିକଟରେ ରାସ୍ତା ଉପରେ ୫ ଫୁଟ୍‌ର ପାଣି ଚାଲୁଛି । ଫଳରେ ମାଲକାନଗିରିରୁ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଓ ତେଲଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ ରହିଛି ।

ସେପଟେ ବାଲେଶ୍ୱର ଜିଲ୍ଲା ଭୋଗରାଇର ତାଳସାରୀ ଓ ସଦର ବ୍ଳକରେ ଗାଁକୁ ମାଡିଯାଇଛି ସମୁଦ୍ର ପାଣି ସାର୍ଥା ପଂଚାୟତର ମେଘା ଏବଂ ବୁଦ୍ଧିଆମାରୀ ଗାଁରେ ସମୁଦ୍ର ଜୁଆର ମାଡି ଜଳମଗ୍ନ ହୋଇଯାଇଛି । ଦୁଇ ଦିନ ଧରି ସମୁଦ୍ରର ଏଭଳି କରାଳ ରୂପକୁ ଦେଖି ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ; ୭ ମହଲାରୁ ଡେଇଁଲେ ବାପା , ୨ ଶିଶୁଙ୍କର ଚାଲିଗଲା ପ୍ରାଣ

ନୂଆଦିଲ୍ଲୀ : ଦିଲ୍ଲୀରେ ୭ ମହଲା କୋଠାରୁ ଡେଇଁ ବାପା ସହ ୨ ଶିଶୁ ମୃତ । ଦିଲ୍ଲୀ ଦ୍ୱାରକା ଅଞ୍ଚଳର ଆପାର୍ଟମେଣ୍ଟରେ ନିଆଁ ଲାଗିବାରୁ ଡେଇଁ...

ରାଜ୍ୟରେ କମୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ବାହାରିଲେ ୪୦ କରୋନା ପଜିଟିଭ୍‌

ଦେଶରେ ହୁ ହୁଁ ହୋଇ ବଢୁଛି କରୋନା, ଗତ ୨୪ ଘଣ୍ଟାରେ ୩୨୪ ନୂଆ ମାମଲା ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ ବୃଦ୍ଧି ପାଉଛି କୋଭିଡ୍ ସଂକ୍ରମଣ । ଆକ୍ଟିଭ କେସ୍ ୬୮୧୫ରେ ପହଞ୍ଚିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ...

ADVERTISEMENT
ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ଦିଲ୍ଲୀ ଦ୍ୱାରକା ଅଞ୍ଚଳରେ ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ । ଆପାର୍ଟମେଣ୍ଟର ୮ ମହଲା ବିଲଡିଂରେ ଭୟଙ୍କର ଅଗ୍ନିକାଣ୍ଡ । ୮ଟି ଅଗ୍ନିଶମ ଟିମ୍ ଦ୍ୱାରା...

Login