The Ultimate Managed Hosting Platform
ADVERTISEMENT

ଆହୁରି ୨ ଦିନ ପ୍ରବଳ ବର୍ଷିିବ

Facebook
Twitter
LinkedIn

ଭୁବନେଶ୍ବର: ରାଜ୍ୟରେ ମୌସୁମୀ ପ୍ରବାହ ସକ୍ରିୟ । ଆହୁରି ୨ଦିନ ବର୍ଷିବ । ଗୁରୁବାର ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୧୪ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ୭୦-୧୧୦ମିମି ବର୍ଷା ସମ୍ଭାବନା ଥିବାରୁ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କଟକ, ଅନୁଗୁଳ,ଢେଙ୍କାନାଳ , କେନ୍ଦୁଝର ଓ ମୟୂରଭ଼୍ଜକୁ ସତର୍କତା ଜାରି ହୋଇଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ବିସ୍ତୃତି ବର୍ଷା । କୋରାପୁଟ ଜିଲ୍ଲାର ସିମିଲିଗୁଡାରେ ସର୍ବାଧିକ ୧୫୮ମିମି ବର୍ଷା ରେକର୍ଡ କରାଯାଇଛି । ରାଜ୍ୟରେ ଅନ୍ୟ ୯ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜଧାନୀ ଭୁବନେଶ୍ୱରରେ ଲାଗିରହିଛି ତୀବ୍ର ବୃଷ୍ଟିପାତ । ଗତକାଲିର ଘୂର୍ଣ୍ଣିବଳୟ ଆଜି ଆଭ୍ୟନ୍ତରୀଣ ଓଡ଼ିଶାର ମଧ୍ୟଭାଗ ଏବଂ ପାର୍ଶ୍ଵବର୍ତ୍ତୀ ଛତିଶଗଡ ଅଞ୍ଚଳରେ ବାୟୁମଣ୍ଡଳରେ ୭.୬ କିମି ଉଚ୍ଚତା ଯାଏଁ ସକ୍ରିୟ । ପ୍ରଭାବରେ ଆହୁରି ୨୪ ଘଣ୍ଟା ରାଜ୍ୟରେ ବିସ୍ତୃତି ବର୍ଷା ତଥା ପଶ୍ଚିମ ଓଡିଶାର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login