ଭୁବନେଶ୍ୱର : ରାଜ୍ୟସ୍ତରୀୟ ଆହାର କମିଟିକୁ ୨୦ କୋଟି ଟଙ୍କା ମଞ୍ଜୁର । ଆହାର କେନ୍ଦ୍ର ପରିଚାଳନା ପାଇଁ ଅର୍ଥ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ । ହସ୍ପିଟାଲ , ବସଷ୍ଟାଣ୍ଡରେ ଗରିବ ଲୋକଙ୍କୁ ୫ ଟଙ୍କାରେ ଖାଦ୍ୟ ଆହାର । ସୂଚନାଯୋଗ୍ୟ ଯେ ୨୦୧୫-୧୬ରୁ ୨୦୨୧-୨୨ ପର୍ୟ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆହାର କାର୍ୟ୍ୟକ୍ରମ ପାଇଁ ୨୨୮.୭୬ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ଏକ ଅତ୍ୟନ୍ତ ଲୋକପ୍ରିୟ କାର୍ୟ୍ୟକ୍ରମ । ସହର ମାନଙ୍କରେ ହସ୍ପିଟାଲ, ବସଷ୍ଟାଣ୍ଡ ଏବଂ ଅନ୍ୟାନ୍ୟ ଗହଳି ସ୍ଥାନରେ ଜରୁରୀ କାର୍ୟ୍ୟ ପାଇଁ ଯାଇଥିବା ଗରିବ ଲୋକମାନେ ଏହାଦ୍ବାରା ମାତ୍ର ୫ ଟଙ୍କାରେ ସୁଷମ ଓ ସ୍ଵାସ୍ଥ୍ୟପ୍ରଦ ଆହାର ପାଇପାରୁଛନ୍ତି ।
Views: 76