ୟୁପି : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି କିଙ୍ଗ୍ ଜର୍ଜ ମେଡିକାଲ ୟୁନିଭର୍ସିଟି ଟ୍ରମା ସେଣ୍ଟର ପରିଦର୍ଶନ କରିଥିଲେ। ଏହି ସମୟରେ ସିଏମ ଯୋଗୀ ଲକ୍ଷ୍ନୌ କୋର୍ଟରେ ଘଟିଥିବା ଗୁଳିକାଣ୍ଡରେ ଆହତ କନଷ୍ଟେବଳ ଏବଂ ମା’, ଝିଅଙ୍କୁ ଭେଟିଥିଲେ।
ସିଏମ୍ ଆହତମାନଙ୍କ ଅବସ୍ଥା ସମ୍ପର୍କରେ ଡାକ୍ତରଙ୍କଠାରୁ ସୂଚନା ନେଇଥିଲେ। ଏହାପରେ ସେ ଡାକ୍ତରଙ୍କୁ ନିର୍ଦ୍ଦେଶ ଦେଇଥିଲେ କି, ଆହତମାନଙ୍କୁ ଉତ୍ତମ ଉପାୟରେ ଚିକିତ୍ସା କରାଯାଉ, ଯେପରି ସେମାନେ ଯଥାଶୀଘ୍ର ସୁସ୍ଥ ହୋଇପାରିବେ।
ହସ୍ପିଟାଲରେ ଯେତେବେଳେ ଯୋଗୀ ଶିଶୁ ୱାର୍ଡରେ ଭର୍ତ୍ତି ହୋଇଥିବା କୁନି ଝିଅକୁ ଭେଟିବାକୁ ଯାଇଥିଲେ, ତ ତା’ ମୁଣ୍ଡରେ ହାତ ରଖିଥିଲେ ଏବଂ ତାକୁ ଚକୋଲେଟ୍ ଦେଇଥିଲେ। ସିଏମ ଡାକ୍ତରଙ୍କଠାରୁ କୁନି ଝିଅର ଅବସ୍ଥା ବିଷୟରେ ପଚାରି ବୁଝିଥିଲେ। ଏହାସହିତ ତା’ର ପରିବାରକୁ ଭେଟି ସମସ୍ତ ସମ୍ଭାବ୍ୟ ସାହାଯ୍ୟର ଭରସା ଦେଇଥିଲେ। କହି ରଖୁଛୁ, ଗତକାଲି ସିଭିଲ୍ କୋର୍ଟ ପରିସରରେ ହୋଇଥିବା ଏହି ଗୁଳିକାଣ୍ଡରେ ଜଣେ ଶିଶୁକନ୍ୟା ଏବଂ ଜଣେ ପୋଲିସ କର୍ମଚାରୀ ଆହତ ହୋଇଥିଲେ।
ଆହତ କୁନି ଝିଅକୁ ହସ୍ପିଟାଲରେ ଭେଟିଲେ ସିଏମ୍ ଯୋଗୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











