The Ultimate Managed Hosting Platform
ADVERTISEMENT

ଆସୁଛି ହୋଲି, ରଙ୍ଗ ଦୋକାନରେ ଜମିଲାଣି ଗ୍ରାହକଙ୍କ ଭିଡ

Facebook
Twitter
LinkedIn

ଭୁବନେଶ୍ୱର : ଆସୁଛି ଆସୁଛି ହୋଲି, ସେତ ରଙ୍ଗର ପସରା ମେଲି ।ହଁ ଦର୍ଶକ ବନ୍ଧୁ ଆଉ ଦିନ କେଇଟା ପରେ ଆସୁଛି ରଙ୍ଗର ପର୍ବ ହୋଲି । ସାତ ରଙ୍ଗରେ ରଙ୍ଗୀନ ହେବା ପାଇଁ ପ୍ରସ୍ତୁତ ହେଲେଣି ସମସ୍ତେ । ଧରାପୃଷ୍ଠ ରଙ୍ଗମୟ ହୋଇ ଉଠିବ ସେଥିପାଇଁ ରଙ୍ଗ ବ୍ୟବସାୟ ମଧ୍ୟ ଜମି ଆସିଲାଣି । ସାଲେପୁର ଅଞ୍ଚଳରେ ଭଳିକି ଭଳି ରଙ୍ଗ ଦୋକାନରେ ଗ୍ରାହକମାନଙ୍କ ଭିଡ଼ ଆରମ୍ଭ ହେବାକୁ ଲାଗିଲାଣି । ଫଗୁଣ ଆସିଲେ ଦୋଳ ପୂର୍ଣ୍ଣିମା କଥା ମନେ ପଡେ । ବିମାନରେ ବସି ଫଗୁ ଖେଳି ବିଭିନ୍ନ ଗାଁ ସାହିରେ ଭୋଗ ଖାଇଥାନ୍ତି ରାଧା କୃଷ୍ଣ ଆଉ ତା ପରେ ପଡ଼େ ହୋଲି ପର୍ବ । ସବୁ ଦୁଃଖ କଷ୍ଟକୁ ଭୁଲି ଆବାଳ ବୃଦ୍ଧ ବନିତା ଏହି ରଙ୍ଗରେ ରଙ୍ଗେଇ ହୋଇଥାଆନ୍ତି । ସେଥିପାଇଁ ବ୍ୟବସାୟୀମାନେ କଟକ ଜିଲ୍ଲା ସାଲେପୁର ବଜାର ସମେତ ବିଭିନ୍ନ ସ୍ଥାନରେ ହୋଲି ରଙ୍ଗର ବିଭିନ୍ନ ପ୍ରକାର ପସରା ମେଲାଇଛନ୍ତି । ବିଭିନ୍ନ ଦେଶୀ ବିଦେଶୀ ରଙ୍ଗ ସାଙ୍ଗକୁ ହର୍ବାଲ ରଙ୍ଗର ଚାହିଦା ବଢ଼ିଛି । ତା ସହିତ ବିଭିନ୍ନ ପ୍ରକାର ପିଚକାରୀ ମୁଖା ଖେଳନା ସହ ଭଳିକି ଭଳି ରଙ୍ଗ ଖେଳ ସାମଗ୍ରୀ ଚଳିତ ବର୍ଷ ଗ୍ରାହକମାନଙ୍କୁ ଆକୃଷ୍ଟ କରୁଛି । ବଜାର ଚାହିଦାକୁ ଦେଖି ଚଳିତ ବର୍ଷ ରଙ୍ଗ ଏବଂ ସାମଗ୍ରୀ ଦାମ୍ ମଧ୍ୟ ବେଶୀ ନାହିଁ ଖାଲି ପାଗ ଅନୁକୂଳ ରହିଲେ ବେପାର ଜମିବ ବୋଲି ବ୍ୟବସାୟ କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login