ଭୁବନେଶ୍ୱର : ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ନେଇ ଆସୁଛନ୍ତି ନିର୍ବାଚନ କମିଶନ । ନିର୍ବାଚନ କମିଶନ ଓ ଅଧିକାରୀମାନେ ଓଡିଶା ଆସିବେ । ଆସନ୍ତା ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ପ୍ରସ୍ତୁତିର ସମୀକ୍ଷା । ରାଜ୍ୟପଦାଧିକାରୀ ମାନଙ୍କ ସହ ସମୀକ୍ଷା କରିବେ ନିର୍ବାଚନ କମିଶନ । ତେବେ ଖୁବଶୀଘ୍ର ଦେଶରେ ଲୋକସଭା ନିର୍ବାଚନ ହେବାକୁ ଯାଉଛି । କିଛି ରାଜ୍ୟରେ ଲୋକସଭା ସହିତ ରାଜ୍ୟ ବିଧାନସଭା ନିର୍ବାଚନ ମଧ୍ୟ ହେବ । ତେଣୁ ଏହା ପୂର୍ବରୁ ନିର୍ବାଚନ କମିସନ ନିର୍ବାଚନ ହେବାକୁ ଥିବା ରାଜ୍ୟକୁ ଯାଇ ପ୍ରସ୍ତୁତି ସମୀକ୍ଷା କରୁଛନ୍ତି । ଏହା ପୂର୍ବରୁ ଆନ୍ଧ୍ର ପ୍ରଦେଶ ଗସ୍ତରେ ଯାଇ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିଥିଲେ ନିର୍ବାଚନ ଆୟୋଗ । ଏହାପରେ ଏବେ ଓଡିଶା ଗସ୍ତରେ ଆସୁଛନ୍ତି ନିର୍ବାଚନ କମିସନ ।
Views: 102