ପୁରୀ : ଆସିଲା ସ୍ୱର୍ଗଦ୍ୱାର ୱେବସାଇଟ । ସ୍ବର୍ଗଦ୍ବାର ସେବା ସମିତି ପକ୍ଷରୁ ସ୍ବର୍ଗଦ୍ବାର ନୂତନ ୱେବସାଇଟ ସ୍ବର୍ଗଦ୍ବାର ଡ଼ଟ୍ କମ୍ (swargadwar.com)କୁ ଲୋକାର୍ପଣ କରାଯାଇଛି । ଏକ ନିରାଡ଼ମ୍ବର ପରି ବେଶ ମଧ୍ୟରେ ସ୍ବର୍ଗଦ୍ବାର ପରିସରରେ ଏହି ଲୋକାର୍ପଣ କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା । ଓଡ଼ିଆ ହିନ୍ଦୀ ଓ ଇଂରାଜୀ ତିନୋଟି ଭାଷାରେ ଏହି ୱେବସାଇଟରେ ତଥ୍ୟ ଉପଲବ୍ଧ ରହିଥିବାବେଳେ ଏହି ୱେବ୍ ସାଇଟ୍ ମାଧ୍ୟମରେ ସ୍ଵର୍ଗଦ୍ଵାର ଠାରେ ସଂସ୍କାର ସେବା ନେବାକୁ ଚାହୁଁ ଥିବା ବ୍ୟକ୍ତି ବିଶେଷ ମାନେ ଆବଶ୍ୟକୀୟ ତଥ୍ୟ ଅପଲୋଡ କରି ବିଭିନ୍ନ ସେବା ପାଇ ପାରିବେ। ବର୍ତ୍ତମାନ ପରୀକ୍ଷା ମୂଳକ ଭାବରେ ଏହା ଲଞ୍ଚ କରାଯାଇଥିବା ବେଳେ ଆବଶ୍ୟକତା ଅନୁଯାୟୀ ଏଥିରେ ପରିବର୍ତ୍ତନ କରାଯିବ । ଏଥି ସହିତ ଖୁବ୍ ଶୀଘ୍ର ସ୍ୱର୍ଗଦ୍ଵାର ଆପ ମଧ୍ୟ ପ୍ଲେ ଷ୍ଟୋରରେ ଉପଲବ୍ଧ ହେବ ବୋଲି ସ୍ୱର୍ଗଦ୍ୱାର ସେବା ସମିତି ଆବାହକ ସମ୍ପାଦକ ଭବତାରଣ ସାହୁ ସୂଚନା ଦେଇଛନ୍ତି।
ସ୍ବର୍ଗଦ୍ବାରରେ ଆଉ ବୋହିବାକୁ ପଡିବନି କାଠ । ଏବେ ସବୁ ସେବା ଯୋଗାଇବ ସ୍ୱର୍ଗଦ୍ୱାର ୱେବସାଇଟ୍ । ଆଉ ଆପଣଙ୍କୁ ନେବାକୁ ପଡିବନି କୌଣସି ବି ଚିନ୍ତା । ଅନ୍ତିମ ସଂସ୍କାରରେ ସହଜ ସେବା ଯୋଗାଇବା ପାଇଁ ଆରମ୍ଭ ହୋଇଛି ସ୍ୱର୍ଗଦ୍ୱାର ୱେବସାଇଟ୍ । ଗୁଗଲରେ ସର୍ଚ୍ଚ କରି ଆପଣ ଏହି ୱେବସାଇଟ୍ ମାଧ୍ୟମରେ ସମସ୍ତ ସୂଚନା ପାଇପାରିବେ । ଆପଣ ଏଥିରେ ତିନୋଟି ଭାଷାର ସୁବିଧା ପାଇପାରିବେ ।
ଆସିଲା ସ୍ୱର୍ଗଦ୍ୱାର ୱେବସାଇଟ

Facebook
Twitter
LinkedIn
Facebook
Twitter
LinkedIn
Recent News
ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...
ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ
ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...
ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରେ ଧନିଆ
ବ୍ୟୁରୋ : ଧନିଆ ପତ୍ରରେ ବହୁତ ପରିମାଣରେ ଭିଟାମିନ୍ ‘ଏ’ ଏବଂ ‘ସି’, ଡାଇଟାରୀ ଫାଇବର, ମାଗ୍ନେସିୟମ୍ ଏବଂ ଆଇରନରେ ଭରପୂର । ଏଥିରେ କିଛି ପରିମାଣରେ...
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା
ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...