ବ୍ରହ୍ମପୁର : ପୀତବାସ ପଣ୍ଡାଙ୍କ ମେରୁହାଡରୁ ବାହାରିଲା ୯ ଏମଏମ ଗୁଳି । ଗୁଳିଟି ବହୁ ଗୁରୁତ୍ୱପୂର୍ଣ୍ଣ ଶିରାପ୍ରଶିରା ନଷ୍ଟ କରିଥିବା ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ । ଆଇନଜୀବୀ ପୀତବାସ ପଣ୍ଡାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଏହା ଦର୍ଶା ଯାଇଛି । ଛାତିରୁ ମେରୁଦଣ୍ଡ ହାଡ ପଛ ପଟକୁ ଗୁଳି ଯାଇଥିବା ରିପୋର୍ଟରେ କୁହାଯାଇଛି । ହତ୍ୟାରେ ୯ ଏମଏମ ପିସ୍ତଲ ବ୍ୟବହାର କରାଯାଇଥିବା ଏକ ପ୍ରକାର ସ୍ପଷ୍ଟ । ତେବେ ରାଜନୈତିକ ନା ବ୍ୟକ୍ତିଗତ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଛି, ତାର କରଣ ଖୋଜୁଛି ପୋଲିସ । ରାତି ପ୍ରାୟ ୧୦ ଟା ସମୟରେ ବୈକୁଣ୍ଠନଗରରେ ଥିବା ତାଙ୍କ ଘର ନିକଟରେ ଦୁର୍ବୃତ୍ତମାନେ ଗୁଳି କରିଥିଲେ । ଘରକୁ ଫେରୁଥିବା ବେଳେ ତାଙ୍କ ଘର ନିକଟରେ ଦୁଇ ଜଣ ବାଇକରେ ଆସି ତାଙ୍କୁ ଅଟକାଇବା ପରେ ଅତର୍କିତ ଗୁଳି କରିଥିଲେ । କେଉଁ ପିସ୍ତଲରୁ ଗୁଳି ଫୁଟିଥିଲା ତାହା ସୁନିଶ୍ଚିତ କରିବା ପାଇଁ ମେଟାଲିକ ପ୍ରୋଜେକଟାଇଲ ଭୁବନେଶ୍ୱର ଫରେନସିକ ଲାବକୁ ପଠାଯିବ ।
Views: 51