ଭୁବନେଶ୍ୱର : ଆସାମ ଓ ତାମିଲନାଡୁ ପାଇଁ ନିର୍ବାଚନ ପ୍ରଭାରୀଙ୍କ ନାଁ ଘୋଷଣା କଲା ବିଜେପି । ଆସାମ ପାଇଁ ବୈଜୟନ୍ତ ପଣ୍ଡା ନିର୍ବାଚନ ପ୍ରଭାରୀ ନିଯୁକ୍ତି । ପୀୟୁଷ ଗୋଏଲ ତାମିଲନାଡୁ ନିର୍ବାଚନ ପ୍ରଭାରୀ ନିଯୁକ୍ତି । ଗତ ୨୦୨୧ରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ପ୍ରଭାରୀ ଦାୟିତ୍ବ ମିଳିଥିଲା। ଏହି ଦାୟିତ୍ବକୁ ସେ ସୁଚାରୁରୂପେ ତୁଲାଇଥିଲେ ଯାହା ଫଳରେ ଆସାମରେ ବିଜେପି ସରକାର ଗଢ଼ିଥିଲା । ଏବେ ପୁଣି ୨୦୨୫ରେ କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ପ୍ରଭାରୀ ଦାୟିତ୍ବ ମିଳିଛି। ତାଙ୍କୁ ଦଳର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଏହି ଗୁରୁ ଦାୟିତ୍ବ ପ୍ରଦାନ କରିଛନ୍ତି।
Views: 120











