ଆସାମ : ସାମରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଭୂସ୍ଖଳନ ପାଇଁ ମୃତ୍ୟୁହାର ବଢି ୧୧ ରେ ପହଞ୍ଚିଛି । ରାଜ୍ୟରେ ବନ୍ୟାସ୍ଥିତି ପାଇଁ ୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସେପେଟେ ଭୂସ୍ଖଳନରେ ୫ଜଣଙ୍କର ପ୍ରାଣହାନୀ ଘଟିଛି । ସୂଚନା ଅନୁଯାୟୀ, ଆସାମର ୨୨ଟି ଜିଲ୍ଲାରେ ୫.୧୫ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ପୂର୍ବ ୨୪ଘଣ୍ଟା ମଧ୍ୟରେ ବନ୍ୟା ଜଳରେ ଜଣେ ବ୍ୟକ୍ତି ବୁଡି ଯାଇଥିବା ସୂଚନା ମିଳିଛି । ଏହାରି ମଧ୍ୟରେ ହୈଲାକାଣ୍ଡି ଏବଂ ଡିବ୍ରୁଗଡ ଜିଲ୍ଲାର ୨ ଜଣ ଲୋକ ନିଖୋଜ ରହିଛନ୍ତି । ଜୁନ ୨ ମଧ୍ୟରେ ରାଜ୍ୟର ୨୨ଟି ଜିଲ୍ଲାରେ ହୈଲକାଣ୍ଡି, ହୋଜଇ, ଲକ୍ଷ୍ମୀପୁର, ନାଗାଓଁ, ଶ୍ରୀଭୂମି, କାର୍ବୀ ଆଁଗଲୋଁଗ, ଡିବ୍ରୁଗଡ, ମୋରୀ ଗାଓଁ, କାମରୂପ, କଛାର, ଗୋଲାଘାଟ, ଦରାଁଙ୍ଗ, ମାଜୁଲୀ, ଘେମାଜୀ, ବିଶ୍ବନାଥ, କାମରୂପ, କାର୍ବୀ ଆଗଁଲୋଁଗ ପଶ୍ଚିମ, ଜୋରହାଟ, ତିନସୁକିୟା, ସୋନିତପୁର, ଦୀମା-ହସାଓ, ସିବସାଗରର ୬୫ଟି ରାଜସ୍ବ ସର୍କଲ ଅନ୍ତର୍ଗତ ଥିବା ମୋଟ୍ ୧୨୫୪ ଗାଁ ଏହି ବନ୍ୟାରେ ପ୍ରଭାବିତ ହୋଇଛନ୍ତି ।
Views: 73