ଭୁବନେଶ୍ୱର : ଆସନ୍ତା ୯ ତାରିଖରେ ହେବ ବଡ଼ ହରତାଳ । ଜୁଲାଇ ୯ରୁ ଶ୍ରମିକଙ୍କ ଆନ୍ଦୋଳନ । ୧୭ ଦଫା ଦାବି ନେଇ ରାସ୍ତାକୁ ଓହ୍ଲାଇବେ ଶ୍ରମିକ । ଏନେଇ ରାଜ୍ୟର ଶ୍ରମିକ ସଂଗଠନ ମାନଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସଙ୍ଗଠନ ଗୁଡିକ ଅଭିଯୋଗ କରିଛନ୍ତି, ମୋଦି ଶାସନର ୧୧ବର୍ଷ ମଧ୍ୟରେ ଶ୍ରମଜୀବୀଙ୍କ ଦୁର୍ଦ୍ଦଶା ବଢ଼ିଛି । ବେକାରୀ , ଦୂରାବସ୍ଥା ଏବଂ ଅସମାନତା ଏବେ ଆକାଶଛୁଆଁ ହେବାରେ ଲାଗିଛି । ମଜୁରୀ ର ପରିମାଣ କମିବାରେ ଲାଗିଛି । ଶ୍ରମିକଙ୍କ ର ଅଧିକାର ତଥା ସାମାଜିକ ସୁରକ୍ଷା ନଷ୍ଟ ହେବାରେ ଲାଗିଛି । ବିନା କୌଣସି ଅଧିକାରରେ ଶ୍ରମିକ ଶ୍ରେଣୀର ଭାଗ୍ୟ ସମ୍ପୂର୍ଣ ଅନ୍ଧକାରମୟ ହୋଇଯିବ ବୋଲି ଅଭିଯୋଗ କରିଛନ୍ତି ସଂଗଠନ ନେତା । ୯ ତାରିଖର ଏହି ଡାକରାକୁ ରାଜ୍ୟ କଂଗ୍ରେସ ସମର୍ଥନ ଦେଇଛି ।
Views: 9