ଭୁବନେଶ୍ୱର : ଆସନ୍ତା ୨୭ରେ ବିଧାନସଭ ଘେରିବ କଂଗ୍ରେସ । ସୂଚନା ଦେଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ତାରାବାହିନୀ ପତିଙ୍କୁ ନିଲମ୍ବନର ପ୍ରତିବାଦ କରିବ ଦଳ । ବାଚସ୍ପତିଙ୍କ ଗୃହ ପରିଚାଳନାକୁ କଂଗ୍ରେସର ନିନ୍ଦା । କଂଗ୍ରେସ ଭବନ ବୈଠକରେ ଏ ନେଇ ନିନ୍ଦା ପ୍ରସ୍ତାବ । ମହିଳାଙ୍କ ସୁରକ୍ଷା ଅଧିକାର ପାଇଁ, ଆଇନଶୃଙ୍ଖଳା ବିପର୍ୟ୍ୟସ୍ତ ସ୍ଥିତି ବିରୋଧରେ ବିଧାନସଭା ଘେରାଉ କରିବ କଂଗ୍ରେସ। ସରକାର ଲାଠି ଚଲାନ୍ତୁ କି ବିଧାୟକଙ୍କୁ ବି ଜେଲରେ ଭର୍ତ୍ତି କରନ୍ତୁ। କଂଗ୍ରେସ ଏହା ବିରୋଧରେ ଜୋରଦାର ଆନ୍ଦୋଳନ କରିବ। ଏଥିସହିତ କଂଗ୍ରେସ ସଂଗଠନର ରୂପରେଖ କଣ ହେବ ଓ କାର୍ୟ୍ୟକ୍ରମ କଣ ହେବ ତାକୁ ନେଇ ହୋଇଛି ନିଷ୍ପତ୍ତି। ଗରିବ ଶୋଷିତ କୃଷକଙ୍କ ସ୍ୱର ହେବ କଂଗ୍ରେସ।ବିଜେପିର ଆଠ ମାସର ସରକାର ଭିତରେ ମହିଳା ବିରୋଧୀ ହିଂସା ବ୍ୟାପକ ହୋଇଛି।୧୮ ହଜାର ମହିଳାଙ୍କ ଉପରେ ନିର୍ୟାତନା ହୋଇଛି। କିନ୍ତୁ ମାତ୍ର ଏକ ପ୍ରତିଶତ ରିପୋର୍ଟ ହୋଇଛି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଲା କଂଗ୍ରେସ। କିନ୍ତୁ ଜବାବ ଦେବା ବଦଳରେ କାଲି ବିଧାନସଭାରେ ଲୋକତନ୍ତ୍ରର କଳା ଅଧ୍ୟାୟ ଘଟିଲା। ଗଣତନ୍ତ୍ରର ହତ୍ୟା କରାଗଲା। ଯାହାକୁ ନେଇ କଂଗ୍ରେସର ବୈଠକରେ ନିନ୍ଦା ପ୍ରସ୍ତାବ ଗୃହିତ ହୋଇଛି
ଆସନ୍ତା ୨୭ରେ ବିଧାନସଭ ଘେରିବ କଂଗ୍ରେସ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











