ଭୁବନେଶ୍ୱର : ଆସନ୍ତା ୨୪ରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ମିଳିବା ନେଇ ସୂଚନା ଦେିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଡିସେମ୍ବରରେ ମିଳିବ ଚତୁର୍ଥ କିସ୍ତି ଟଙ୍କା । ସୂଚନା ଅନୁଯାୟୀ ରାଜ୍ୟରେ ସୁଭଦ୍ରା ଯୋଜନା ଗତ ସେପ୍ଟେମ୍ବର ୧୭ ତାରିଖରେ ଆରମ୍ଭ ହୋଇଥିଲା । ଏଯାବତ ୧ କୋଟିରୁ ଅଧିକ ହିତାଧିକାରୀ ଏହି ଯୋଜନାରେ ଆବେଦନ କରିଥିବାରୁ ପ୍ରାୟ ୪୦ ଲକ୍ଷରୁ ଅଧିକ ଆବେଦନକାରୀ ଅପେକ୍ଷାରେ ରହିଛନ୍ତି ।ପ୍ପ୍ଥମ କିସ୍ତିର ଟଙ୍କା ୨୫ ଲକ୍ଷରୁ ଅଧିକ ମହିଳା ପାଇଥିବା ବେଳେ ଅକ୍ଟୋବର ୯ ତାରିଖରେ ଦ୍ୱିତୀୟ କିସ୍ତି ଟଙ୍କା ୩୫ ଲକ୍ଷରୁ ଅଧିକ ହିତାଧିକାରୀ ମାନଙ୍କ ଖାତାକୁ ଯାଇଥିଲା ।
Views: 35