ଭୁବନେଶ୍ୱର : ରାଜଧାନୀରେ ଆୟୋଜିତ ହେବାକୁ ଯାଉଛି ଷଷ୍ଠ ଥର ପାଇଁ ଓଡ଼ିଶା ଟ୍ରାଭେଲ ବଜାର ୨୦୨୫। ଆସନ୍ତା ୨୪ ତାରିଖରୁ ୨୭ ତାରିଖ ପର୍ୟ୍ୟନ୍ତ ଚାଲିବ ଏହି କାର୍ୟ୍ୟକ୍ରମ। ଭୁବନେଶ୍ୱରର ମେ’ ଫେୟାର କନଭେନସନ ଓ ସ୍ୱସ୍ତି ପ୍ରିମିୟମ ହୋଟେଲଠାରେ ଲାଗିବ ଏହି ବଜାର। ଏହା ଏକ ପ୍ରମୁଖ କ୍ରେତା ଓ ବିକ୍ରେତା ସମ୍ମିଳନୀ ହୋଇପାରିବ। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ ଆହୁରି କହିଛନ୍ତି, ଗୋଟିଏ ପ୍ଲାଟଫର୍ମରେ ଏକାଠି ହେବେ ଜାତୀୟ ଓ ଅନ୍ତର୍ଜାତୀୟ ଟ୍ରାଭେଲ ଓ ଟୁର ଅପରେଟର, ଡେଷ୍ଟିନେସନ ମ୍ୟାନେଜମେଣ୍ଟ କମ୍ପାନୀ ଓ ଓଡ଼ିଶାର ସେଲରମାନଙ୍କୁ ଓଡ଼ିଶାର ବିଭିନ୍ନ ୫ଟି ଟୁରିଜିମ ଅପରିଙ୍ଗଗୁଡିକୁ ଏକ୍ସପ୍ଲୋର କରିବା ପାଇଁ ଏକ ସୁଯୋଗ ସହ ସମସ୍ତେ ଏକତ୍ରିତ ହୋଇପାରିବେ।
Views: 21