ଭୁବନେଶ୍ୱର : ଆସନ୍ତା ସପ୍ତାହରେ ଓଡ଼ିଶା ଗସ୍ତରେ ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏ ନେଇ ସୂଚନା ଦେଇଛନ୍ତି ବିଜେପି ସଭାପତି ମନମୋହନ ସାମଲ । ପୁରୀରେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପରେ ବଡ ଦାଣ୍ଡରେ କରିବେ ବିଶାଳ ରୋଡ ଶୋ । ଆସନ୍ତା ୨୭ କିମ୍ବା ୨୮ ତାରିଖରେ ପ୍ରଧାନମନ୍ତ୍ରୀ ଦିନିକିଆ ଓଡ଼ିଶା ଗସ୍ତରେ ଆସିପାରନ୍ତି ।ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିିବା ପରେ ସ୍ୱତନ୍ତ୍ର ହେଲିକପ୍ଟରରେ ପୁରୀ ଯିବେ । ତାଳବଣିଆ ହେଲିପ୍ୟାଡରୁ ଏକ ରୋଡ୍ ସୋ’ରେ ବଡ଼ଦାଣ୍ଡ ହୋଇ ଶ୍ରୀମନ୍ଦିର ଯିବେ ପ୍ରଧାନମନ୍ତ୍ରୀ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ପୁଣୀ ରୋଡ୍ ସୋ’ କରି ହେଲିପ୍ୟାଡକୁ ଫେରିବେ । ସେଠାରୁ ହେଲିକପ୍ଟର ଯୋଗେ ଚଣ୍ଡିଖୋଲ ଯାଇ ଜନସମାବେଶରେ ଯୋଗଦେଇ ଉଦବୋଧନ ଦେବେ ବୋଲି ଜଣାପଡ଼ିଛି ।
Views: 106











