ନୂଆଦିଲ୍ଲୀ : ଆସନ୍ତା ମାସ ଆମେରିକା ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି । ମିଲିତ ଜାତିସଂଘର ଏକ ସଭାରେ ଯୋଗ ଦେବାକୁ ଆମେରିକା ଯାଇପାରନ୍ତି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷାତ ସମ୍ଭାବନା । ଟାରିଫ ବିବାଦ ମଧ୍ୟରେ ଟ୍ରମ୍ଫଙ୍କୁ ଭେଟିପାରନ୍ତି ମୋଦି । ସେଫ୍ଟେମ୍ବର ୨୩ରେ ନ୍ୟୁୟର୍କରେ ୟୁଏନଜିଏର ଗୁରୁତ୍ୱପୂର୍ଣ୍ଣ ବୈଠକ ।
ଜାତିସଂଘ ସାଧାରଣ ପରିଷଦର ବୈଠକ ୨୩ ରୁ ୨୭ ସେପ୍ଟେମ୍ବର ପର୍ୟ୍ୟନ୍ତ ଅନୁଷ୍ଠିତ ହେବ । ଏଥି ସହ ଶେଷ ଦିନର କାର୍ୟ୍ୟ ୨୯ ସେପ୍ଟେମ୍ବର ୨୦୨୫ ରେ ଅନୁଷ୍ଠିତ ହେବ । ଏହି ସମ୍ଭାବ୍ୟ ଗସ୍ତ ସମୟରେ, ପ୍ରଧାନମନ୍ତ୍ରୀ ମୋଦୀ ଅନେକ ବିଶ୍ୱ ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ମଧ୍ୟ ଅଂଶଗ୍ରହଣ କରିପାରିବେ । ଯଦି ସୂତ୍ରଗୁଡ଼ିକୁ ବିଶ୍ୱାସ କରାଯାଏ, ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକିଙ୍କ ସହ ସାକ୍ଷାତ ନିଶ୍ଚିତ ବୋଲି ବିବେଚନା କରାଯାଉଛି ।
Views: 162











