ଭୁବନେଶ୍ୱର : ଆସନ୍ତା ମାସରେ ପ୍ରୋଭିଡେଣ୍ଟ ଫଣ୍ଡ ଟଙ୍କା ଆପଣ ଏଟିଏମରୁ ଉଠାଇ ପାରିବେ । କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍ (ଇପିଏଫ୍ଓ) ଦେଶର ୭ କୋଟି ପିଏଫ ଗ୍ରାହକଙ୍କ ପାଇଁ ଏକ ବଡ ଉପହାର । ଯେଉଁଥିରେ ଉପଭୋକ୍ତାମାନେ ସେମାନଙ୍କ ଜମା ହୋଇଥିବା ଟଙ୍କା ବାହାର କରିପାରିବେ। ଏଟିଏମ୍ ମାଧ୍ୟମରେ ଚୠ ଆକାଉଣ୍ଟ୍ ଏଟିଏମ୍ ମେସିନ୍ ମାଧ୍ୟମରେ ଟଙ୍କା ବାହାର କରିପାରିବେ। ଏହି ପ୍ରତ୍ୟାହାର ଏକ ସ୍ୱତନ୍ତ୍ର କାର୍ଡ ମାଧ୍ୟମରେ କରାଯିବ, ଯାହା ଏକ ଡେବିଟ୍ କାର୍ଡ ପରି ହେବ । ରିପୋର୍ଟ ଅନୁଯାୟୀ, ଶ୍ରମ ମନ୍ତ୍ରଣାଳୟ ଏହା ଉପରେ କାର୍ୟ୍ୟ କରୁଛି ଏବଂ ଜାନୁଆରୀ ୨୦୨୫ ରୁ ଏହି ସେବା ଉପଲବ୍ଧ ହେବ ବୋଲି ଆଶା କରାଯାଉଛି । ଇପିଏଫଓ ଅନୁଯାୟୀ, ଆସନ୍ତା ବର୍ଷ ଆରମ୍ଭରେ ଗ୍ରାହକମାନେ ସେମାନଙ୍କ ପ୍ରୋଭିଡେଣ୍ଟ ଫଣ୍ଡ୍ କିମ୍ବା ପିଏଫ ଆକାଉଣ୍ଟରୁ ସିଧାସଳଖ ଏଟିଏମରୁ ଟଙ୍କା ଉଠାଇ ପାରିବେ । କାରଣ ଶ୍ରମ ମନ୍ତ୍ରଣାଳୟ ଡେବିଟ୍ କାର୍ଡ ପରି କାର୍ଡ ପ୍ରଦାନ ଉପରେ କାର୍ୟ୍ୟ କରୁଛି।
Views: 76











