ଭୁବନେଶ୍ୱର : ଆସନ୍ତା ଅକ୍ଟୋବରରେ ଓଡିଆ ଆସିପାରନ୍ତି ରାହୁଲ ଗାନ୍ଧୀ । ରାହୁଲ ଆସିବା ନେଇ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ସୂଚନା । ଅଧିରାଜ କହିଛନ୍ତି , ୫ ବିଧାୟକ ଦିଲ୍ଲୀ ଯାଇ ରାହୁଲ ଗାନ୍ଧିଙ୍କୁ ଭେଟିଛୁ । ଅକ୍ଟୋବର ଶେଷ ସୁଦ୍ଧା ରାହୁଲ ଓଡିଶା ଆସିବେ , ପିୟଙ୍କା ଗାନ୍ଧୀ ବି ଆସିବେ । ୪ଟି ଜୋନରେ ରାହୁଲ ସଭା କରିବାକୁ ଯୋଜନା ରହିଛି । ଆଗୁଆ ନିର୍ବାଚନ ନେଇ ଓଡ଼ିଶା ରାଜନୀତି ସରଗରମ ଥିବା ବେଳେ ରାହୁଲ ଓ ପ୍ରିୟଙ୍କାକ ଓଡ଼ିଶା ଗସ୍ତ ବେଶ ଗୁରୁତ୍ୱ ରଖୁଛି । ପିସିସି ସଭାପତି ପରିବର୍ତ୍ତନ ପରେ ଓଡ଼ିଶା ଆସିନାହାନ୍ତି ରାହୁଲ ଗାନ୍ଧୀ । ୨୦୨୪ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜ୍ୟ ରାଜନୀତି ସରଗରମ ହେଉଛି। ତେଣୁ ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସି କର୍ମୀଙ୍କୁ କଣ ମନ୍ତ୍ର ଦେବେ ତାହା ଉପରେ ସମସ୍ତଙ୍କର ନଜର ରହିଛି ।
Views: 91











