ସମ୍ବଲପୁର : ଧାନ ବିକ୍ରିକୁ ନେଇ ଅସନ୍ତୋଷ ବଢୁଥିବାରୁ ବନ୍ଦ ଡାକରା । ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ବରେଇପାଲିରୁ ବାଇକ ରାଲି ଆରମ୍ଭ ହେବ । ଅନ୍ୟପଟେ ନୂଆପଡାରେ ଧାନ କିଣିବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କଲେ ଚାଷୀ । ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ପଲସଦା ପଞ୍ଚାୟତ ଚାଷୀମାନେ ଜିଲ୍ଲାପାଳଙ୍କୁ ଭେଟି ମଣ୍ଡି ଖୋଲିବା ସହ ଧାନ କିଣିବାକୁ ଅନୁରୋଧ କରିଛନ୍ତି । ଗତ ୩ତାରିଖରେ ଖରିଆର ରୋଡଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲାପାଳ ମଧୁସୂଦନ ଦାଶ ଚଳିତ ଖରିଫ ମଣ୍ଡିର ଶୁଭାରମ୍ଭ କରିଥିଲେ । ହେଲେ ପ୍ରଶାସନର ବେପରୁଆ ନୀତି ଯୋଗୁଁ ଜିଲ୍ଲାରେ ମଣ୍ଡି ସମସ୍ୟା ଦେଖାଦେଇଛି ।
Views: 53











