The Ultimate Managed Hosting Platform
ADVERTISEMENT

ଆସନ୍ତାକାଲି ଭୁବନେଶ୍ୱର ଆସୁଛନ୍ତି ଭାରତୀୟ ହକି ଟିମ୍

Facebook
Twitter
LinkedIn

ଭୁବନେଶ୍ୱର : ଆସନ୍ତାକାଲି ଭୁବନେଶ୍ୱର ଆସୁଛନ୍ତି ଭାରତୀୟ ହକି ଟିମ୍ । ଓପନ ବସରେ କରିବେ ବିଜୟ ଶୋଭାଯାତ୍ରା । ପ୍ୟାରିସ୍ ଅଲମ୍ପିକରେ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ପୁରୁଷ ହକି ଟିମ୍ ଆସନ୍ତାକାଲି ୧୨ଟା ୩୦ ମିନିଟ୍ ସମୟରେ ଭୁବନେଶ୍ୱରରେ ପହଞ୍ଚିବେ । ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ। ପରବର୍ତ୍ତୀ ସମୟରେ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ସେମାନଙ୍କୁ ସମ୍ବର୍ଦ୍ଧନା ସହ ରାଜ୍ୟ ସରକାର ଘୋଷଣା କରିଥିବା ପୁରସ୍କାର ରାଶି ପ୍ରଦାନ କରାଯିବ। ଅନ୍ୟପଟେ ଟି -୨୦ ବିଶ୍ୱକପ ବିଜୟ ପରେ ଭାରତୀୟ କ୍ରିକେଟ ଦଳ ଯେଉଁଭଳି ଭାବେ ମୁମ୍ବାଇରେ ଏକ ଓପନ ବସରେ ବିଜୟ ସେଲିବ୍ରେସନ କରିଥିଲେ, ସେହିଭଳି ଢଙ୍ଗରେ ଭୁବନେଶ୍ୱର ବିମାନ ବନ୍ଦରରୁ ଏକ ସ୍ୱତନ୍ତ୍ର ଗାଡ଼ି ଯୋଗେ ସୁରକ୍ଷା ବ୍ୟବସ୍ଥା ସହ ଏୟାରପୋର୍ଟରୁ କଳିଙ୍ଗ ଷ୍ଟାଡିୟମକୁ ଆସିବେ ଭାରତୀୟ ହକି ଦଳର ଖେଳାଳି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login