ଭୁବନେଶ୍ୱର : ଆସନ୍ତା କାଲି ରାଜ୍ୟ କାର୍ଯ୍ୟାଳୟରେ ବିଜେପି କୋର କମିଟି ବୈଠକ । ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତାମୋର ଏ ନେଇ ସୂଚନା ଦେଇଛନ୍ତି । ରାଜ୍ୟ ବିଜେପି ସଭାପତିଙ୍କ ଅଧ୍ୟକ୍ଷତାରେ ବସିବ କୋର କମିଟି ବୈଠକ । ୨ ପ୍ରଭାରୀଙ୍କ ସହ ଉପସ୍ଥିତ ରହିବେ କୋର କମିଟି ସମସ୍ତ ସଦସ୍ୟ । ନୂଆପଡା ଉପନିର୍ବାଚନ ନେଇ ବୈଠକରେ ଆଲୋଚନା ହେବ । ଅନ୍ୟପଟେ ଉପନିର୍ବାଚନ ପାଇଁ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ବିଜେପି । ବହୁତ ଆଶାୟୀଙ୍କ ନାମ ରହିଛି , ଆଲୋଚନା ହେବ କହିଲେ ତୋମାର ।
Views: 46