ଭୁବନେଶ୍ୱର : ଆସନ୍ତା କାଲିଠୁ ମାଟ୍ରିକ ପରୀକ୍ଷା । ଏଥର ମାଟ୍ରିକ ପରୀକ୍ଷାକୁ ଜଗିବ ଆର୍ଟିଫିସିଆଲ ଇଂଟିଲିଜେନ୍ସ କ୍ୟାମେରା। ଆର୍ଟିଫିସିଆଲ ଇଂଟିଲିଜେନ୍ସ ବ୍ୟବହାରରେ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦେଶରେ ପ୍ରଥମ। ମୋଟ ୩୦୪୭ ପରୀକ୍ଷା କେନ୍ଦ୍ରରେ ଲାଗିଛି ସିସିଟିଭି। ବୋର୍ଡ ମୁଖ୍ୟ କାର୍ୟ୍ୟାଳୟରେ ରହିଛି କଣ୍ଟେପଲ କମାଣ୍ଡ ସେଣ୍ଟର। ପରୀକ୍ଷା ପରିଚାଳନାରେ ସଂସ୍କାର ଆଣିବା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯାଇଛି। କଣ୍ଟେପଲ କମାଣ୍ଡ ସେଣ୍ଟରରୁ ପୁରା ପରୀକ୍ଷା ନିୟନ୍ତ୍ରଣ ହେବା
୨୦୪୬ ପରୀକ୍ଷା କେନ୍ଦ୍ର ମଧ୍ୟରୁ ୬୦୦ ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି। ଏହି ସବୁ କେନ୍ଦ୍ରରେ ପ୍ରଥମ ଥର ଲାଗି ଏଆଇ କ୍ୟାମେରା ଖଞ୍ଜାଯାଇଛି। ବୋର୍ଡ କର୍ତ୍ତୃପକ୍ଷଙ୍କ ତତ୍ତ୍ୱାବଧାନରେ ୨୦ ଜଣ ଅବଜରଭର ଏହାର ଦାୟିତ୍ବରେ ଅଛନ୍ତି । ଏଥିରେ ନିୟୋଜିତ ହୋଇଛନ୍ତି ୨୦ ଜଣ ଟେକନିସିଆନ। ତାଙ୍କୁ ସୁପରଭାଇଜ କରିବା ପାଇଁ ୫ ଜଣ ସୁପରଭାଇଜର ଓ ୩ ଜଣ ଅଫିସର ରହିଛନ୍ତି।
ଏପଟେ ରାଜରାସ୍ତାରେ ମାଧ୍ୟମିକ ସ୍କଲୁ ଶିକ୍ଷକ । ଦାବି ପୂରଣ ପାଇଁ ୧୨ ଦିନ ହେଲା ଭୁବନେଶ୍ବର ଗାନ୍ଧୀ ମାର୍ଗରେ ଅହୋରାତ୍ର ଧାରଣା ଦେଇଛନ୍ତି । ଦାବି ପୂରଣ ନ ହେଲେ ପରୀକ୍ଷାରେ ଅସହଯୋଗ କରିବାକୁ ଚେତାବନୀ ଦେଇଛନ୍ତି। ଆଲୋଚନା ସଫଳ ନ ହେଲେ ପରୀକ୍ଷା ପରିଚାଳନା ଠା ରୁ ଖାତା ଦେଖିବା ଯାଏ ସମସ୍ୟା ଉପୁଜିବାର ଆଶଙ୍କା କରିଛନ୍ତି ଶିକ୍ଷାବିତ ଓ ଅଭିଭାବକ।
ଆସନ୍ତାକାଲିଠୁ ମାଟ୍ରିକ ପରୀକ୍ଷା ; ପରୀକ୍ଷା ଜଗିବ ଏଆଇ କ୍ୟାମେରା , ସେପଟେ ଧାରଣାରେ ଶିକ୍ଷକ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











