ଭୁବନେଶ୍ୱର : ଆସନ୍ତାକାଲିଠୁ ‘ପରିବାର ସମ୍ପର୍କ ଅଭିଯାନ’ା ଜାନୁଆରୀ ୨୩ ନେତାଜୀ ଜୟନ୍ତୀରୁ ବିଜୁ ଜନତା ଦଳ ‘ପରିବାର ସମ୍ପର୍କ ଅଭିଯାନ’ ଆରମ୍ଭ କରିବ। ଜାନୁଆରୀ ୨୩ରୁ ଆରମ୍ଭ ହୋଇ ଏହି ପରିବାର ସମ୍ପର୍କ ଅଭିଯାନ ମାର୍ଚ୍ଚ ୫ ବିଜୁ ଜୟନ୍ତୀ ଯାଏ ଚାଲିବ। ଏହି ପରିବାର ସମ୍ପର୍କ ଅଭିଯାନରେ ବିଜୁ ଜନତା ଦଳ ପ୍ରତି ପରିବାରରେ ପହଞ୍ଚିବ। ଲିଫଲେଟ୍ ମାଧ୍ୟମରେ କ୍ୟାମ୍ପେନ କରିବା ସହ ନବୀନ ସରକାରଙ୍କ ସଫଳତା ସହ ସବୁ ଯୋଜନା ବାବଦରେ ଲୋକଙ୍କୁ ଅବଗତ କରିବ। ଏନେଇ ବଜେଡିର ବରିଷ୍ଠ ନେତା ତଥା ବିଧାୟକ ଦେବୀ ମିଶ୍ର ସୂଚନା ଦେଇଛନ୍ତି।
Views: 94











