ଭୁବନେଶ୍ବର: ରାଜ୍ୟରେ ଆସନ୍ତାକାଲିଠୁ ପାଣିପାଗରେ ଦେଖାଯିବ ପରିବର୍ତ୍ତନ । ଏଥିସହ ବର୍ଷାରେ ବ୍ରେକ ମଧ୍ୟ ଲାଗିଛି। କାଲିଠୁ ପ୍ରବଳ ଜାଡ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଆସନ୍ତା ୩ ଦିନ ପର୍ୟ୍ୟନ୍ତ ଶୀତ ସହ ଘନ କୁହୁଡ଼ି ଅସ୍ତବ୍ୟସ୍ତ କରିବ। ଉତ୍ତର-ପଶ୍ଚିମ ଦିଗରୁ ଓଡ଼ିଶାକୁ ବହୁଛି ଥଣ୍ଡା ଶୁଷ୍କ ପବନ । ଏହାରି ପ୍ରଭାବରେ ଦୁଇଦିନ ମଧ୍ୟରେ ୨ରୁ ୩ ଡିଗ୍ରୀ ପର୍ୟ୍ୟନ୍ତ ତାପମାତ୍ରା କମିବ। ଆଭ୍ୟନ୍ତରୀଣ ଓଡିଶାରେ ଶୀତ ଲହରୀ ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।
Views: 78