The Ultimate Managed Hosting Platform
ADVERTISEMENT

ଆଶା ସ୍ଵେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ

Facebook
Twitter
LinkedIn

ବସ୍ତା: ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ମଥାନୀ ପଞ୍ଚାୟତ ସାନଖୁଡି ସ୍ଥିତ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ “ଆଶା” ଦ୍ୱାରା ପରିଚାଳିତ ଲକ୍ଷ୍ମୀ ବାସନ୍ତୀ ସ୍ଵତନ୍ତ୍ର ମୂକ ଓ ବଧିର ଆବାସିକ ବିଦ୍ୟାଳୟ, ଫିଜିଓ ଥେରାପି କେନ୍ଦ୍ର ଓ ଏ ମାନସିକ ଅନଗ୍ରସର ବିଦ୍ୟାଳୟରେ ଆନ୍ତର୍ଜାତୀକ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି। ଆଶାର ପ୍ରତିଷ୍ଠାତା, ସମ୍ପାଦକ, ଯୁବ ସମାଜ ସେବୀ ଏବଂ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅମର କୁମାର ପାଳଙ୍କ ପୌରହିତ୍ୟରେ ଅତିଥିଭାବେ ଆଶାର ପୂର୍ବତନ ସମ୍ପାଦିକା ମଞ୍ଜୁବତି ବିଶ୍ବାଳ ଓ ବସ୍ତା ପ୍ରେସ କ୍ଲବର ସଭାପତି ତଥା ବରିଷ୍ଠ ସାମ୍ବାଦିକ ବିଜୟ କୁମାର ଭୂୟାଁ ପ୍ରମୁଖ ଯୋଗ ଦେଇ, କାହିଁକି ଦିବ୍ୟାଙ୍ଗ ଦିବସ ପାଳନ କରୁଛୁ ଏବଂ ସମାଜ ରେ ଥିବା ଦିବ୍ୟାଙ୍ଗ ମାନଙ୍କ ପ୍ରତି ଆମର କର୍ତ୍ତବ୍ୟ, ସେମାନଙ୍କ ପ୍ରତି ଆମର କିଭଳି ଚିନ୍ତା ଧାରା, ମାନସିକତା ରହିବା ଦରକାର ସେ ବାବଦରେ ଅନେକ ସାରଗର୍ଭକ ମନ୍ତବ୍ୟ ଦେଇ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ମାନ ଉପସ୍ଥାପନ କରିଥିଲେ।

ଅନୁଷ୍ଠାନର ଶିକ୍ଷକ ଚନ୍ଦନ କୁମାର ବିଶ୍ବାଳ, ନିର୍ମଳା ବାସିନୀ ସେନାପତି, ସ୍ମିତାରାଣୀ ମହାପାତ୍ର, ପ୍ରଦୀପ କୁମାର ସାହୁ, ଜୟଶ୍ରୀ ସ୍ଵାଇଁ, ଅରୁଣ କୁମାର ଦାସ, ଅଶୋକ ବିଶ୍ବାଳ, ଭକ୍ତ ରଞ୍ଜନ ସାହୁ, ସଂଧ୍ୟାରାଣୀ ବିଶ୍ଵାଳ, ପ୍ରଜ୍ଞା ପ୍ରକାଶ ପାଳ, ସୁମନା ପରିଡ଼ା, ଗୋପାଳ ଆଇଚ, ଅପର୍ଣା ରାଉତ, ନରୋତ୍ତମ ବିଶ୍ଵାଳ, ଅଜୟ କୁମାର ଦଲେଇ, ହେମାଙ୍ଗିନି ମହାରଣା, ଅଞ୍ଜୁରାଣୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଅପରାଜିତା ସେନାପତି ଦ୍ଵାରା ଧନ୍ୟବାଦ ଅର୍ପଣ କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login