The Ultimate Managed Hosting Platform
ADVERTISEMENT

ଆଳୁ ଚିନ୍ତା : ମମତାଙ୍କୁ ଭେଟିଲେ ମୋହନ

Facebook
Twitter
LinkedIn

ଭୁବନେଶ୍ୱର : ଦିଲ୍ଲୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତାଙ୍କୁ ଭେଟିଲେ ମୋହନ ମାଝୀ । ଆଳୁ ଯୋଗାଣ ସମସ୍ୟାର ସମାଧାନ ନେଇ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା । ସମସ୍ୟାର ଶୀଘ୍ର ସମାଧାନ ପାଇଁ ମମତାଙ୍କୁ ଅନୁରୋଧ କଲେ ମୋହନ । ଓଡ଼ିଶାରେ ଆଳୁ ସଙ୍କଟ ଏବେ ବ୍ୟବସାୟୀଙ୍କ ସମେତ ଖାଉଟିଙ୍କ ଚିନ୍ତା ବଢାଇ ଦେଇଛି । ଆଳୁ ଆମଦାନୀ କମ୍ ଥିବାରୁ ଚଢା ଦରରେ ବିକ୍ରି କରୁଛନ୍ତି ବ୍ୟବସାୟୀ। ଅଧିକାଂଶ ଆଳୁ ପଶ୍ଚିମବଙ୍ଗରୁ ଆସୁଥିବାରୁ ଏବେ ରାଜ୍ୟରେ ମଧ୍ୟ ନିଅଣ୍ଟିଆ ସ୍ଥିତି ଚିନ୍ତା ବଢାଇ ଦେଇଛି । ଓଡ଼ିଶାରେ ଆଳୁ ସଙ୍କଟକୁ ନେଇ ନୂଆ ସରକାର ମଧ୍ୟ ଚିନ୍ତାରେ ।କାରଣ ପଶ୍ଚିମବଙ୍ଗ ସୀମାରୁ ହିଁ ଆଳୁ ଟ୍ରକ ଫେରାଇ ନେଉଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଶୁକ୍ରବାର ସୀମାରେ ଏଭଳି ପରିସ୍ଥିତି ଉପୁଜିବା ପରେ ତୁରନ୍ତ ଉଦବେଗ ପ୍ରକାଶ କରିଥିଲେ ରାଜ୍ୟ ସରକାର । ଏପରିକି ପଶ୍ଚିମବଙ୍ଗ ସରକାର ଆଳୁ ନଦେଲେ ଉତ୍ତର ପ୍ରଦେଶ ସହ କଥା ହେବା ନେଇ ମଧ୍ୟ କହିଥିଲେ ବିଭାଗୀୟ ମନ୍ତ୍ରୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login