ବ୍ୟୁରୋ : ସାରା ବିଶ୍ୱରେ ଖାଇବା ଅଭ୍ୟାସ ବ୍ୟାପକ ଭାବରେ ଭିନ୍ନ ଭିନ୍ନ ରହିଥାଏ । କିଛି ଲୋକ ସାପ ଏବଂ ପିମ୍ପୁଡ଼ିକୁ ଖାଦ୍ୟ ଭାବରେ ଗ୍ରହଣ କରିଥାନ୍ତି । କିନ୍ତୁ ଏପରି କିଛି ଖାଦ୍ୟ ବି ଲୋକମାନେ ଗ୍ରହଣ କରନ୍ତି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଇନଷ୍ଟାଗ୍ରାମରେ ଭାଇରାଲ ହେଉଛି ଏକ ଭିଡିଓ । ଯେଉଁଥିରେ ଦେଖାଯାଉଛି କି ଅସରପାକୁ ଏକ ପ୍ୟାନରେ ରୋଷେଇ କରାଯାଉଛି । ଯେମିତି କି ସେମାନେ କିଛି ପରିବାକୁ ରୋଷେଇ କରୁଛନ୍ତି ।
ଏହି ଭିଡିଓକୁ @sports.jx.china ନାମକ ଏକ ଆକାଉଣ୍ଟ ଦ୍ୱାରା ସେୟାର କରାଯାଇଥିଲା । ଏବଂ ଏଥିରେ ୧୦.୯ ନିୟୁତରୁ ଅଧିକ ଭ୍ୟୁ ମିଳିଥିଲା। ଯେଉଁଥିରେ ଅନେକ କିଛି କମେଣ୍ଟ ଆସିଥିଲା । କିଛି ଲୋକ ବିରକ୍ତ ହୋଇ କହିଥିଲେ ଯେ ଏହି ଅସରପାକୁ କିପରି ଖାଦ୍ୟ ଭାବେ ରୋଷେଇ କରାଯାଉଛି ଏବଂ ଏହା ରୋଗର ପ୍ରଜନନ ସ୍ଥଳ। କିନ୍ତୁ ଅନ୍ୟପଟେ ଆଉ କିଛି ଲୋକ କହିଛନ୍ତି ଯେ ଅନେକ ଦେଶରେ, ଏଗୁଡ଼ିକୁ କେବଳ ଖିଆଯାଏ ନାହିଁ ବରଂ ସୁସ୍ଥ ମଧ୍ୟ ବିବେଚନା କରାଯାଏ ଏବଂ ଔଷଧ ଭାବରେ ବ୍ୟବହାର କରାଯାଏ। ଲୋକମାନେ ଏହାକୁ ମଜାରେ ଅସରପା ତରକାରୀ ବୋଲି ମଧ୍ୟ କହିଥିଲେ।
ସୋସିଆଲ ମିଡିଆ ରିପୋର୍ଟ ଅନୁସାରେ ଅସରପାକୁ ନେଇ ଭିନ୍ନ ଭିନ୍ନ ପ୍ରକାରରେ ରନ୍ଧା ଯାଏ । କେହି କେହି ଏହାକୁ ହାଲକା ମସାଲା ଦେଇ ରୋଷେଇ କରନ୍ତି ତ ଆଉ କେହି ଏହାକୁ ସିଝାଇ ଖାଆନ୍ତି । ଆଉ କେହି କେହି ଏହାକୁ ତେଲ ସହ ଜଡିବୁଟିରେ ମଧ୍ୟ ପକାଇ ରୋଷେଇ କରନ୍ତି ।
ସାଧାରଣତଃ ଘର ମାନଙ୍କରେ ଅସରପାକୁ ଦେଖିଲେ ଲୋକମାନେ ସ୍ପ୍ରେ ପକାଇ ମାରି ଦିଅନ୍ତି ତ ନଚେତ ଘଉଡେଇ ଦିଅନ୍ତି । ଜଣେ ୟୁ୍ୟଜର ଲେଖିଛନ୍ତି କି , ଲୋକମାନେ ଏହାକୁ ଏତେ ଘୃଣା କରନ୍ତି ତ କେମିତି ଏହାକୁ ଖାଇପାରୁଛନ୍ତି । କିନ୍ତୁ ଏକ୍ସପର୍ଟ୍ସଙ୍କ କହିବା କଥା ଯେ ଏହି ଅସରପା ଘର ଦେଖାଯାଉଥିବା ଅସରପା ନୁହେଁ , ଏହାକୁ ଫାର୍ମ ସ୍ୱତନ୍ତ୍ର ଭାବରେ ପାଳନ କରନ୍ତି । ଏବଂ ସଫାସୁତୁରା ଭାବରେ ଏହାକୁ ରୋଷେଇ ମଧ୍ୟ କରାଯାଏ । ଏଥିରେ ପ୍ରୋଟିନର ମାତ୍ରା ଅଧିକ । ଏବଂ କିଛି କିଛି ସଂସ୍କୃତିରେ ଏହା ଜଡିବୁଟି ଭାବରେ ବ୍ୟବହାର କରାଯାଏ ।
ଆଳୁ -କୋବି ନୁହେଁ, ଏଠାରେ ଅସରପା ତରକାରୀ ଖାଇ ପାର୍ଟି କରନ୍ତି ଲୋକେ !
Facebook
Twitter
LinkedIn
Facebook
Twitter
LinkedIn
Related Posts
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...








