The Ultimate Managed Hosting Platform
ADVERTISEMENT

ଆଲିଆଙ୍କ ବର୍ଥଡେରେ ଉପହାର : ପରଦାକୁ ଆସିଲା ବ୍ରହ୍ମାସ୍ତ୍ରର ଫାଷ୍ଟ ଲୁକ୍

Facebook
Twitter
LinkedIn

ମୁମ୍ୱାଇ : ଦମଦାର ଲୁକରେ ନଜର ଆସିଲେ ଚୁଲବୁଲି ଅଭିନେତ୍ରୀ ।ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଆଜି ୨୯ ବର୍ଷ ହୋଇଛି । ତାଙ୍କ ଜନ୍ମଦିନ ଅବସରରେ ବନ୍ଧୁ, ପ୍ରଶଂସକ ଏବଂ ପରିବାରର ଅନେକ ଶୁଭେଚ୍ଛା ଜଣାଉଛନ୍ତି । ତେବେ ଏହି ଅବସରରେ ବିଶେଷ ଉତ୍ସବର ଆୟୋଜନ କରାଯାଇଥିଲା । ଯେଉଁଥିରେ ଆୟାନ ମୁଖାର୍ଜୀ ଆଲିଆଙ୍କ ବହୁ ପ୍ରତିକ୍ଷୀତ ଚଳଚ୍ଚିତ୍ର ବ୍ରହ୍ମାସ୍ତ୍ରରୁ ଫାଷ୍ଟ ଲୁକ୍ ରିଲିଜ କରିଛନ୍ତି ।

ଭିଡିଓଟିକୁ ସୋସିଆଲ ମିଡିଆରେ ସେୟାର କରାଯଇ ଲେଖାଯାଇଛି ହାପି ବାର୍ଥଡେ ଲିଟିଲ ଓ୍ନାନ୍ । ଏଠାରେ ତୁମର ବିଶେଷ ଦିନ ପାଳନ କରିବାକୁ ଆମ ପାଖରେ କିଛି ଅଛି । ଆମେ ଆମର ଚଳଚ୍ଚିତ୍ରରୁ ଆମର ଇଶା – ବ୍ରହ୍ମାସ୍ତ୍ର କି ଶକ୍ତି ର ପ୍ରଥମ ଲୁକ୍ ରିଲିଜ୍ କରୁଛୁ ! ପ୍ରେମ, ଆଲୋକ, ଅଗ୍ନି । ଏହି ଫିଲ୍ମରେ ଅଭିନେତ୍ରୀ ପ୍ରଥମ ଥର ପାଇଁ ବଡ ପରଦାରେ ରଣବୀର କପୁରଙ୍କ ସହ ରୋମାନ୍ସ କରୁଥିବା ନଜର ଆସିବେ । ୩୧ ସେକେଣ୍ଡର ଟିଜରରେ ଇଶା ରୂପରେ ଆଲିଆଙ୍କ ଭିନ୍ନ ଭିନ୍ନ ରୂପ ଦେଖିବାକୁ ମିଳିଛି ।

କେତେବେଳେ ସେ ବବଲି ଦେଖାଯାଉଛନ୍ତି ତ କେତେବେଳେ ସେ ଗ୍ଲାମରସ୍ ଲୁକ । କିଛି ଦୃଶ୍ୟରେ ସେ ବହୁତ ନିର୍ଭିକ ଦେଖିବାକୁ ମିଳିଛନ୍ତି । କୌତୁହଳର ବିଷୟ, ଆଲିଆଙ୍କ ଏହି ପ୍ରଥମ ଲୁକ୍ ଭିଡିଓରେ ରଣବୀରଙ୍କ ସହ ରୋମାନ୍ସ କରୁଥିବା ଦେଖିବାକୁ ମିଳୁଛି । ଫାଷ୍ଟ ଲୁକ୍ ରିଲିଜ ଯେଉଁଥିରେ ରଣବୀର ଆଲିଆଙ୍କୁ କୋଳରେ ଧରିଥିବାର ନଜର ଆସିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ନ୍ୟାୟ ପାଇଁ ପୁଣି ଥରେ ଜିଲ୍ଲାପାଳଙ୍କ ନିକଟରେ ଅନୁରୋଧ କଲେ ପିହୁଙ୍କ ମାଆ

ଭୁବନେଶ୍ୱର : କୁନି ଝିଅ ପିହୁକୁ ଅପହରଣ ହେବାକୁ ବିତିଲାଣି ୫ ବର୍ଷ । ହେଲେ ଏପର୍ଯ୍ୟନ୍ତ ପିହୁର ପତ୍ତା ମିଳୁନି । ଯାଜପୁର ଜିଲ୍ଲା ବିଂଝାରପୁର...

Login