ବ୍ରହ୍ମପୁର: ଆରମ୍ଭ ହୋଇଛି ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା । ଉତ୍ସବମୁଖର ହୋଇଛି ବ୍ରହ୍ମପୁର । ମଧ୍ୟରାତ୍ରରେ ବାପଘରକୁ ଆସିଛନ୍ତି ବୁଢ଼ୀ ଠାକୁରାଣୀ । ପ୍ରତ୍ୟେକ ଦୁଇ ବର୍ଷରେ ଥରେ ଠାକୁରାଣୀ ବାପଘରକୁ ବୁଲି ଆସିବାର ପରମ୍ପରା ରହିଛି । ସତନ୍ତ୍ର ପୂଜାର୍ଚ୍ଚନା ପରେ ଅସ୍ଥାୟୀ ମନ୍ଦିରରେ ମାଆଙ୍କୁ ସ୍ଥାପନ କରାଯାଇ ବିଦ୍ଧିବଦ୍ଧ ଭାବେ ମା ସାଆଁନ୍ତାଣୀଙ୍କ ପ୍ରସିଦ୍ଧ ଦୁଇବାର୍ଷିକ ଯାତ୍ରା ଆରମ୍ଭ ହୋଇଛି । ଶଙ୍ଖ, ଚାଙ୍ଗୁ ବାଦ୍ୟ, ଢୋଲ ବାଦ୍ୟରେ ପ୍ରକମ୍ପିତ ହୋଇଥିଲା ସାରା ଅଞ୍ଚଳ। ଏହି ପଟୁଆରରେ ହଜାର ହଜାର ସଂଖ୍ୟାରେ ଭକ୍ତ ସାମିଲ ମଧ୍ୟ ହୋଇଥିଲେ । ଚଣ୍ଡିପାଠ , ଦିଗବନ୍ଦନ , ଆଳତି , ମନ୍ତ୍ରଣା ପରେ ଦେଶିବେହେରାଙ୍କ ପତ୍ନୀ ନେଇଥିବା ଇଟିମାଳ ଫୁଲ ମାଳ ମାଆଙ୍କୁ ଅର୍ପଣ କରାଯାଇଥିଲା । କିଛି ସମୟ ପରେ ଦେଶିବେହେରାଙ୍କ ହସ୍ତରେ ସେହି ଆଜ୍ଞାମାଳ ପଡିବା ପରେ ମା’ ବାପଘରକୁ ଯିବାକୁ ଅନୁମତି ଦେଇଥିବା ନିଶ୍ଚିତ ହୋଇଥିଲା । ଯେଉଁବାଟ ଦେଇ ମାଆ ଦେଶିବେହେରା ସାହିକୁ ଆସିବେ ସେହି ରାସ୍ତାକୁ ଗୋବର ପାଣିରେ ଲିପା ପୋଛା କରିବା ସହ ଝୋଟି ପକାଇ ମାଆଙ୍କୁ ସ୍ବାଗତ କରିଥିଲେ । ମା’ଙ୍କ ବାପାଘର କୁହାଯାଉଥିବା ଦେଶିବେହେରାଙ୍କ ସାହିରେ ମାଆଙ୍କ ଆଗମନ ପାଇଁ ସ୍ବତନ୍ତ୍ର ଆୟୋଜନ କରାଯାଇଛି । ରୀତିନୀତି ଅନୁଯାୟୀ ଚଣ୍ଡିପାଠ, ଦିଗବନ୍ଧନ ଆଦି ସ୍ବତନ୍ତ୍ର ପରମ୍ପରାରେ ପୂଜାର୍ଚ୍ଚନା ଚାଲିଛି । ବିଳମ୍ବିତ ରାତିରେ ଦେଶିବେହେରାଙ୍କ ପତ୍ନୀ ଚାଙ୍ଗୁଡିରେ ଇଟିମାଳ ଫୁଲ ନେଇ ଏକ ବିରାଟ ପଟୁଆରରେ ମାଙ୍କୁ ନିମନ୍ତ୍ରଣ କରିବାକୁ ବାହାରି ଥିଲେ ।
ଆରମ୍ଭ ହୋଇଛି ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...