The Ultimate Managed Hosting Platform
ADVERTISEMENT

ଆରମ୍ଭ ହେଲା ମୟୁରଭଞ୍ଜ ମହୋତ୍ସବ “କର୍ଣ୍ଣିଭାଲ ଶୋ” ,ଦୁଲୁକିଲା ବାରିପଦା ସହର

Facebook
Twitter
LinkedIn

ମୟୁରଭଞ୍ଜ : ଆରମ୍ଭ ହେଲା ମୟୁରଭଞ୍ଜ ମହୋତ୍ସବ-୨୦୨୩ । ପାରମ୍ପରିକ ଶୋଭାଯାତ୍ରା ତଥା କର୍ଣ୍ଣିଭାଲ ଶୋ ରେ ଦୁଲୁକି ଉଠିଥିଲା ବାରିପଦା ସହର । ମୟୁରଭଞ୍ଜର କଳା ସଂସ୍କୃତି ସ୍ଥାପତ୍ୱର ଗାଥା ବଖାଣୁଥିବା ମୟୁରଭଞ୍ଜ ମହୋତ୍ସବ ଚଳିତ ବର୍ଷ ଷଷ୍ଠ ସଂସ୍କରଣ ରେ ପଦାର୍ପଣ କରିଛି । ଆଜି ପ୍ରଥମ ଦିବସରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଜଗନ୍ନାଥ ମନ୍ଦିର ନିକଟରୁ ଜିଲ୍ଲାର ମୋଟାମୋଟି ୧୨ଟିରୁ ଅଧିକ ଆଦିବାସୀ ପରମ୍ପାରିକ ନୃତ୍ୟ ଦଳ ଏହି କାର୍ୟ୍ୟକ୍ରମ ରେ ଭାଗ ନେଇ କର୍ଣ୍ଣିଭାଲ ଶୋଭାକୁ ଦ୍ୱିଗୁଣିତ କରିଥିଲେ । ଏହି କଳା ନୈପୁର୍ଣ୍ୟର ମନୋରଞ୍ଜନ ଭରା କାର୍ୟ୍ୟକ୍ରମ ନଭେମ୍ବର ୧୧ ତାରିଖ ପର୍ୟ୍ୟନ୍ତ ଚାଲିବାକୁ ଥିବା ଏହି କାର୍ୟ୍ୟକ୍ରମରେ ଜିଲ୍ଲାର କୋଣ ଅନୁକୋଣରୁ କଳା ସଂସ୍କୃତି ଓ ଐତିହ୍ୟ କୁ ବିଶେଷ ଭାବେ ସ୍ଥାନ ଦିଆ ଯାଇଛି ।ଏଥି ପାଇଁ ସୁସଜ୍ଜିତ ଆଲୋକ ମାଳା ସହିତ ରଙ୍ଗୀନ ରଙ୍ଗ ମଞ୍ଚର ଶୋଭା ବଢ଼ାଉଛି ଏହି ଛଉ ପଡ଼ିଆ । ଏ ବର୍ଷ ମଞ୍ଚ ଟି ପୂର୍ଣ୍ଣାଙ୍ଗ ରୁପ ନେଇଛି ।ମୟୁରଭଞ ର ଅଧିଷ୍ଠାତ୍ରୀ ଦେଵୀ ମା କିଚ୍ଚକେଶ୍ବରୀ ମନ୍ଦିରର ପ୍ରତିକୃତି । ପ୍ରତିଦିନ ସନ୍ଧ୍ୟା ୬ ଟା ରାତି ୧୧ ଟା ପର୍ୟ୍ୟନ୍ତ ହେବାକୁ ଥିବା ସାଂସ୍କୃତିକ କାର୍ୟ୍ୟକ୍ରମରେ ଯୋଗ ଦେବେ ବୋଲିଉଡ଼ ଓ ଓଲିଉଡ଼ ର ଅନେକ ସୁନାମ ଧନ୍ୟ କଳାକାର । ଯୋଗ ଦେବା ନେଇ ସୂଚନା ଦେଇଛନ୍ତି ଉକ୍ତ ମହୋତ୍ସବ ର ଆୟୋଜକ । ଏହି ମୋହତ୍ସବ ର ଉଦଯାପନୀ ଦିବସ ରେ ଜିଲ୍ଲାର ଚାରି ଉପଖଣ୍ଡ ରୁ ଶତାଧିକ ସଦସ୍ୟ ଯୋଗଦାନ କରିଥବାର ଜଣା ପଡିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login