ଭୁବନେଶ୍ୱର : ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ସିଏମ କିଷାନ ଯୋଜନା । ଏହି ଯୋଜନାରେ ଲାଭବାନ ହେବେ କ୍ଷୁଦ୍ର ଓ ନାମମାତ୍ର ଛାଷୀ ଏବଂ ଭୂମିହୀନ ପରିବାର । ଏ ନେଇ ବିଧାନସଭାରେ ଲିଖିତ ଉତ୍ତର ଦେଇ କହିଛନ୍ତି କୃଷି ମନ୍ତ୍ରୀ କେଭି ସିଂହଦେଓ । ସୂଚନା ଅନୁଯାୟୀ, ସିଏମ କିଷାନ ଯୋଜନାରେ ପ୍ରତ୍ୟେକ କିସ୍ତିରେ ୨ ହଜାର ଲେଖାଏଁ ଟଙ୍କା ବର୍ଷକୁ ଦୁଇଟି କିସ୍ତିରେ ସହାୟତା ରାଶି ପ୍ରଦାନ କରାଯିବ । ପ୍ରତ୍ୟେକ ଭୂମି ହୀନ କୃଷି ପରିବାରକୁ ସମୁଦାୟ ୩ଟି କିସ୍ତିରେ ୧୨ ହଜାର ୫ ଶହ ଟଙ୍କା ପ୍ରଦାନ କରାଯିବ । ତେବେ ନୂତନ ଭାବରେ ପଞ୍ଜୀକୃତ ହେବା ପାଇଁ ଚାଷୀମାନେ ସିଏମ କିଷାନ ଅଭିଯୋଗ ପୋର୍ଟାଲରେ ମାଧ୍ୟମରେ ଆବେଦନ କରିପାରିବେ । ଏହି ପ୍ରକ୍ରିୟା ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ ।
Views: 91











