ଭୁବନେଶ୍ୱର : ଚଳିତ ବର୍ଷ ଅଧିକ ଦିନ ଗ୍ରୀଷ୍ମ ପ୍ରବାହ । ଆରମ୍ଭରୁ ଅସମ୍ଭାଳ ହେବ ତାତି । ସ୍ବାଭାବିକ ଠାରୁ ଯଥେଷ୍ଟ ଅଧିକ ରହିବ ତାପମାତ୍ରା । ଓଡ଼ିଶା ସମେତ ମହାରାଷ୍ଟ୍ର, କେରଳ, ତାମିଲନାଡୁ, କର୍ଣ୍ଣାଟକରେ ସ୍ବାଭାବିକ ଦିନ ଠାରୁ ଅଧିକ ଦିନ ହିଟ୍ଓ୍ବେଭ୍ ଲାଗି ରହିବ ବୋଲି କହିଛନ୍ତି ଆଇଏମଡି ଡିଜି । ସିଜିନାଲ ଫୋରକାଷ୍ଟରେ ମାର୍ଚ୍ଚ, ଏପ୍ରିଲ ଏବଂ ମେ ପାଇଁ ଜାରି ହୋଇଥିବା ଆକଳନ ଅନୁସାରେ ଚଳିତ ବର୍ଷ ଏଲନିନୋ ପାଇଁ ଦେଶରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୁତ ହେବ ।
ମେ ମାସ ପର୍ୟ୍ୟନ୍ତ ଏଲନିନୋ ସକ୍ରିୟ ରହୁଥିବାରୁ ଗ୍ରୀଷ୍ମ ପ୍ରବାହ ପ୍ରଭାବ ଅଧିକ ରହିବ । ଏଥିପାଇଁ ଦେଶର ଅଧିକାଂଶ ରାଜ୍ୟକୁ ରେଡ୍, ଅରେଞ୍ଜ ମାର୍କ ଜାରି କରାଯାଇଥିବା ବେଳେ ଯେଉଁ ରାଜ୍ୟରେ କମ୍ ତାତି ରହିବ ସେ ରାଜ୍ୟକୁ ଗ୍ରୀନ୍ ଏବଂ ବ୍ଳୁ ମାର୍କରେ ମାର୍କିଂ କରାଯାଇଛି । ତେବେ ଓଡ଼ିଶାକୁ କେବଳ ରେଡ୍ ଏବଂ ଅରେଞ୍ଜ ମାର୍କରେ ରଖାଯାଇଛି । ମାର୍ଚ୍ଚ ମାସରୁ ହିଁ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେବ । ବିଗତବର୍ଷ ଅପେକ୍ଷା ଚଳିତ ବର୍ଷ ଓଡ଼ିଶାରେ ଅଧିକ ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଆକଳନ କରାଯାଇଛି । ଏପ୍ରିଲ ଏବଂ ମେ ମାସରେ ସ୍ଥିତି ଅସମ୍ଭାଳ ହେବ ।
ଆରମ୍ଭରୁ ଡରାଇଲାଣି, ଏ ବର୍ଷ ଅସମ୍ଭାଳ ହେବ ତାତି
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











