ଭୁବନେଶ୍ୱର:ଆମ ବସ ଷ୍ଟାଣ୍ଡ ଯୋଜନା ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯୋଗାଯୋଗ ହେଉଛି ବିକାଶର ଆଧାର । ଅର୍ଥନୀତିର ମୁଖ୍ୟ ଶକ୍ତି । ଗାଁଠାରୁ ସହର ସବୁଠି ଯୋଗାଯୋଗକୁ ଉନ୍ନତ କରିବାକୁ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି । ଫାଇଭ-ଟି ଉପକ୍ରମରେ ଯୋଗାଯୋଗ ଓ ପରିବହନ ବ୍ୟବସ୍ଥା ସୃଦୃଢ ହୋଇଛି । ପଞ୍ଚାୟତରୁ ବ୍ଲକକୁ ଲକ୍ଷ୍ମୀ ବସ ଗଡ଼ୁଥିବାବେଳେ ଭୁବନେଶ୍ବରରେ ମେଟ୍ରୋ କାର୍ୟ୍ୟ ଆରମ୍ଭ ହୋଇଛି।
ରାଜ୍ୟ ପରିବହନ କ୍ଷେତ୍ରରେ ନୂଆ ମାଇଲଷ୍ଟୋନ୍। ‘ଆମ ବସଷ୍ଟାଣ୍ଡ’ ଯୋଜନାରେ ୧୩ ଜିଲ୍ଲାର ୨୦ଟି ନୂଆ ବସଷ୍ଟାଣ୍ଡକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହାକି ପରିବହନ କ୍ଷେତ୍ରରେ ଏକ ନୂଆ ମାଇଲଷ୍ଟୋନ ସାଜିବ। ଅତ୍ୟନ୍ତ ଆଧୁନିକ ଓ ସ୍ମାର୍ଟ ବସଷ୍ଟାଣ୍ଡ ରୂପେ ଏହାକୁ ନିର୍ମାଣ କରାଯାଇଛି।
ଏଥିରେ ଯାତ୍ରୀ, ଡ୍ରାଇଭର ତଥା ସମସ୍ତ ସହକାରୀ କର୍ମଚାରୀ ମାନଙ୍କ ପାଇଁ ସସସ୍ତ ପ୍ରକାର ସୁବିଧା ରହିଛି। ଏ ସମସ୍ତ ବସଷ୍ଟାଣ୍ଡ ଦ୍ବାରା କୋଟିଏରୁ ଅଧିକ ଲୋକ ଉପକୃତ ହେବେ। ଭଲ ପରିବହନ ବ୍ୟବସ୍ଥା ଏକ ଉନ୍ନତ ଅର୍ଥନୀତି ପାଇଁ ମାର୍ଗ ପରିଷ୍କାର କରିଥାଏ। ଲୋକଙ୍କୁ ଉନ୍ନତମାନର ପରିବହନ ସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ‘ଆମ ବସଷ୍ଟାଣ୍ଡ’ ଯୋଜନା ମାଧ୍ୟମରେ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ କରୁଛନ୍ତି। ପୂର୍ବରୁ ଗତ ଅଗଷ୍ଟ ମାସରେ ୨୧ଟି ନୂଆ ବସଷ୍ଟାଣ୍ଡ ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ।
ଆମ ‘ବସ ଷ୍ଟାଣ୍ଡ’ ଯୋଜନା ଲୋକାର୍ପିତ , ୧୩ ଜିଲ୍ଲାରେ ହେବ ୨୦ଟି ନୂଆ ବସ ଷ୍ଟାଣ୍ଡ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











