କୋରାପୁଟ : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନାର “ଆମ ପୋଲିସ” ବୈଠକ ଥାନା ପରିସରରେ ଆୟୋଜିତ କରାଯାଇଥିଲା । ଏହି ଅବସରରେ ଅଞ୍ଚଳର ଯୁବବର୍ଗ ମାନେ ସେଚ୍ଛାକୃତ ରକ୍ତ ଦାନ ମଧ୍ୟ କରିଥିଲେ। ଆମ ପୋଲିସ ବୈଠକରେ ଲକ୍ଷ୍ମୀପୁର ଏସଡ଼ିପିଓ ବିରଞ୍ଚି ନାରାୟଣ ଜଗତଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ କୋରାପୁଟ ଜିଲ୍ଲା ଅତିରିକ୍ତ ଏସପି ଭଳଭଦ୍ର ଦୀପ ଯୋଗ ଦେଇଥିଲେ । ଏହା ସହ ସମ୍ମାନିତ ଅତିଥି ଭାବେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଭୁ ଜାନି, କୋରାପୁଟ ପୂର୍ବତନ ସାଂସଦ ଝିନ୍ନ ହିକକା, ପୂର୍ବନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା, ଲକ୍ଷ୍ମୀପୁର ବିଡ଼ିଓ ପ୍ରୀତି ରଞ୍ଜନ ରଥ, ଲକ୍ଷ୍ମୀପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁଆଇ କୁଲେସିକା, ବିଜେଡ଼ି ଦଳର କୋରାପୁଟ ସାଂସଦ ଆଶାଇ ପ୍ରାର୍ଥୀ କୌଶଲ୍ୟା ହିକକା , ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ଦଳ ଆଶାଇ ବିଧାୟକ ପ୍ରାର୍ଥୀ ପବିତ୍ର ସାଉଁତା ଓ ଲକ୍ଷ୍ମୀପୁର ଅଞ୍ଚଳର ଜନ ପ୍ରତିନିଧି ତଥା ସରପଞ୍ଚ, ସମିତି ସଭ୍ୟ ଏବଂ ଜନ ସାଧାରଣ, ବୁଦ୍ଧିଜୀବୀ , ବରିଷ୍ଠ ନାଗରିକ ପ୍ରମୁଖ ଉପସ୍ଥିତ ରହିଥିଲେ । ଲକ୍ଷ୍ମୀପୁର ନୂତନ ଭାବେ ଯୋଗ ଦେଇଥିବା ଆଇଆଇସି ଶୁଜ୍ଞାନି ସାହୁ ବୈଠକକୁ ପରିଚାଳନା କରିଥିଲେ । ଏହି ଅବସରରେ ଉପସ୍ଥିତ ଥିବା କିଛି ବରିଷ୍ଠ ନାଗରିକ ଲକ୍ଷ୍ମୀପୁର ସଦର ମହକୁମା ଠାରେ ଚୋରା ମଦ ବ୍ୟବସାୟ ବଡ଼ି ଯାଇଥିବାରୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ତେଣୁ ସେ ଦିଗରେ ଅଧିକ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ସେହିପରି ୩୨୬ ନମ୍ବର ଜାତୀୟ ରାଜପଥ ଦେଇ ବକ୍ସାଇଟ ଖଣି ପରିବହନ କରୁଥିବାରୁ ଅନେକ ବଡ଼ ବଡ଼ ଦୁର୍ଘଟଣା ଘଟି ଅନେକ ଲୋକଙ୍କ ପ୍ରାଣ ଚାଲିଯାଇଛି ଏବଂ କିଛି ରାସ୍ତା କଡ଼ରେ ଥିବା ଗ୍ରାମ ଲୋକେ ଏହି ଖଣି ପରିବହନ ଦ୍ଵାରା ବାୟୁମଣ୍ଡଳ ଦୂଷିତ ହୋଇ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ଲଢେ଼ଇ କରୁଛନ୍ତି ବୋଲି ଲକ୍ଷ୍ମୀପୁର ଜନ ଜାଗରଣ ସଭାପତି କୈଳାସ ଚନ୍ଦ୍ର ଦାସ ଅଭିଯୋଗ ଆଣିଛନ୍ତି। ପରି ଶେଷରେ ଲକ୍ଷ୍ମୀପୁର ଥାନା ଆଇଆଇସି ଶୁଜ୍ଞାନି ସାହୁ ଉପସ୍ଥିତ ଲୋକଙ୍କୁ ଧନ୍ୟବାଦ ଦେଇଥିଲେ।
“ଆମ ପୋଲିସ” ବୈଠକ ଅନୁଷ୍ଠିତ , ୬୦ ୟୁନିଟ ରକ୍ତ ମଧ୍ୟ ସଂଗ୍ରହ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











