ନୂଆଦିଲ୍ଲୀ : ଆମ ଆଦମି ପାର୍ଟିର ଅନେକ ନେତାଙ୍କ ଘରେ ଇଡି ରେଡ କରିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବ୍ୟକ୍ତିଗତ ସଚିବ ବୈଭବ କୁମାରଙ୍କ ଘରେ ଚଢାଉ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ। ଆମ ଆଦମୀ ପାର୍ଟି ସାଂସଦ ଏନଡି ଗୁପ୍ତାଙ୍କ ଘରେ ମଧ୍ୟ ଇଡି ରେଡ୍ କରିଛି। ଦିଲ୍ଲୀରେ ୧୨ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଇଡି। ଜଳ ସମ୍ପଦ ବିଭାଗରରେ ବ୍ୟାପକ ଘୋଟାଲା ମାମଲାରେ ଇଡି ଏହି ରେଡ୍ କରୁଛି। ଦିଲ୍ଲୀ ଜଳ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ଶଲଭ କୁମାରଙ୍କ ଘର ସହ ଅନ୍ୟ କିଛି ନେତାଙ୍କ ଘରେ ମଧ୍ୟ ରେଡ୍ କରିଛି ଇଡି। ଦିଲ୍ଲୀ ସମେତ ଚଣ୍ଡିଗଡ଼ ଏବଂ ବାରଣାସୀରେ ମଧ୍ୟ କିଛି ସ୍ଥାନରେ ରେଡ୍ ଚାଲିଛି। ଏହି ରେଡକୁ ନେଇ ପ୍ରତିକ୍ରିୟା ରଖିଛି ଆମ ଆଦମି ପାର୍ଟି। ଦିଲ୍ଲୀର ମନ୍ତ୍ରୀ ଅତିଶୀ ଏହି ରେଡକୁ ନେଇ ଆମେ ଡରିବୁ ନାହିଁ ବୋଲି କଛନ୍ତି। ଏବେଯାଏଁ ଗୋଟିଏ ଟଙ୍କା ମଧ୍ୟ ଜବତ କରିନାହିଁ ଇଡି। ଗୋଟିଏ ହେଲେ ବି ପ୍ରମାଣ ପାଇନାହାନ୍ତି। ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା ବଢ଼ିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ମାମଲା ସାମ୍ନାକୁ ଆସିବାରେ ଲାଗିଛି । ଅର୍ଥ ହେରଫେର ମାମଲାରେ ସେମାନଙ୍କର ଅନେକ ନେତା ଫସିଛନ୍ତି । ଇଡିର ଖଣ୍ଡା ନିଜେ କେଜ୍ରିୱାଲଙ୍କ ଉପରେ ଲାଗିଛି। ଇଡିରୁ କେଜ୍ରିୱାଲଙ୍କୁ ପାଞ୍ଚଟି ସମନ ପଠାଯାଇଛି ।
ଆମ ଆଦମି ପାର୍ଟି ନେତାଙ୍କ ଘରେ ଇଡି ରେଡ

Facebook
Twitter
LinkedIn
Facebook
Twitter
LinkedIn
Recent News
ମହାପ୍ରସାଦରେ ବ୍ୟବହାର ହେବ ଜୈବିକ ଚାଉଳ
ପୁରୀ : ମହାପ୍ରସାଦରେ ରାସାୟନିକ ଯୁକ୍ତ ଚାଉଳ ବ୍ୟବହାର କୁ ନା' । ଚଳିତ ବର୍ଷ ପ୍ରଥମକରି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ କୋଠ ଭୋଗରେ ଲାଗି ହେବ...
ଏୟାର ଇଣ୍ଡିଆ ବିମାନରେ ପୁଣି ଯାନ୍ତ୍ରିକ ତ୍ରୁଟି, ରନୱେରୁ ଫେରିଗଲା ବିମାନ
ନୂଆଦିଲ୍ଲୀ : ଇନ୍ଦୋରରୁ ଭୁବନେଶ୍ବର ଆସୁଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି । ରନୱେରୁ ଫେରିଲା ବିମାନ । ବିମାନରେ ଥିଲେ ୧୪୦ ଯାତ୍ରୀ । ବିମାନରେ...
“ଅନୁପମା” ସିରିୟଲ ସୁଟିଂ ସେଟରେ ଭୟଙ୍କର ନିଆଁ
ମୁମ୍ବାଇ : ମୁମ୍ବାଇର ସୁଟିଂ ସେଟରେ ଭୟଙ୍କର ଅଗ୍ନିକାଣ୍ଡ । ଗୋରେଗାଓଁ ଫିଲ୍ମ ସିଟି ସୁଟିଂରେ ସେଟରେ ଅଗ୍ନିକାଣ୍ଡ । ଟିଭି ରିୟଲିଟି ଶୋ ଅନୁପମାର ସୁଟିଂ...
ସପାର ୩ ବିଧାୟକ ବିଦା
ନୂଆଦିଲ୍ଲୀ : ସମାଜବାଦୀ ପାର୍ଟିର ୩ ବିଧାୟକ ଦଳରୁ ବହିଷ୍କୃତ । ୩ ବିଧାୟକଙ୍କୁ ବିଦା କଲା ସମାଜବାଦୀ ପାର୍ଟି । ଅଭୟ ସିଂହ, ରାଜେଶ ସିଂହ...