ନୂଆଦିଲ୍ଲୀ : ଗାଜାରେ ଇସ୍ରାଏଲର ଗ୍ରାଉଣ୍ଡ ଅପରେସନ ଜୋରଦାର । ଇସ୍ରାଏଲର ଏୟାରଷ୍ଟ୍ରାଇକରୁ ବର୍ତ୍ତିଲାନି ଆମ୍ବୁଲାନ୍ସ ଓ ସ୍କୁଲ । ଆହତଙ୍କୁ ଆମ୍ବୁଲାନ୍ସରେ ସ୍ଥାନାନ୍ତର ବେଳେ ଏୟାରଷ୍ଟ୍ରାଇକ । ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୬୦ ଆହତ ହୋଇଥିବା ସୂଚନା । ତେବେ ଆମ୍ବୁଲାନ୍ସରେ ଆତଙ୍କବାଦୀ ଥିବା ଦାବି କଲା ଇସ୍ରାଏଲ । ଉତ୍ତର ଗାଜାର ଏକ ସ୍କୁଲ ଉପରକୁ ମଧ୍ୟ ବୋମା ମାଡ ।
ଯୁଦ୍ଧ ଭିତରେ ପୁଣି ଇସ୍ରାଏଲ ଗସ୍ତରେ ଆସିଛନ୍ତି ଆମେରିକା ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିଙ୍କେନ। ତେଲ୍ ଆଭିଭରେ ବେଞ୍ଜାମିନ ନେତାନ୍ୟାହୁଙ୍କୁ ବ୍ୟକ୍ତିଗତ ସାକ୍ଷାତ କରିଛନ୍ତି। ଯୁଦ୍ଧ ସ୍ଥିତି ନେଇ ଆଲୋଚନା କରିଛନ୍ତି ଦୁଇ ନେତା। ଇସ୍ରାଏଲ ୱାର କ୍ୟାବିନେଟକୁ ମଧ୍ୟ ଭେଟିଛନ୍ତି ବ୍ଲିଙ୍କେନ।
ଇସ୍ରାଏଲ ରାଷ୍ଟ୍ରପତିଙ୍କୁ ଭେଟି କଥା ହୋଇଛନ୍ତି। ଇସ୍ରାଏଲକୁ ସମର୍ଥନ ଦୋହରାଇଛନ୍ତି ଆମେରିକାର ଏହି ଟପ୍ କୂଟନୀତିଜ୍ଞ। ପଣବନ୍ଦୀଙ୍କ ମୁକ୍ତି ପାଇଁ ସମସ୍ତ ଉଦ୍ୟମ ଜାରି ରଖିଥିବା କହିଛନ୍ତି। ଅକ୍ଟୋବର ୭ରେ ହମାସ ଆକ୍ରମଣ ପରେ ଇସ୍ରାଏଲକୁ ୩ଥର ଆସିଲେଣି ଆଣ୍ଟୋନୀ ବ୍ଲିଙ୍କେନ।
ଆମ୍ବୁଲାନ୍ସ , ସ୍କୁଲକୁ ଏୟାରଷ୍ଟ୍ରାଇକ; ୩୫ ମୃତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











