ପାଟଣାଗଡ : ଆମ୍ବୁଲାନ୍ସ ଧକ୍କାରେ ସ୍ୱାମୀ ମୃତ । ସ୍ତ୍ରୀ ଓ ଝିଅ ଗୁରୁତର । ପାଟଣାଗଡ-ବଲାଙ୍ଗୀର ରାସ୍ତାର ମାୟାବର୍ହା ଛକ ନିକଟରେ ଦୁର୍ଘଟଣା । କାରେ ପଛରେ ଠିଆ ହୋଇଥିବା ବେଳେ ଧକ୍କା ଦେଇଥିଲା ଆମ୍ବୁଲାନ୍ସ । ବ୍ୟକ୍ତିଙ୍କୁ ଧକ୍କା ଦେଇ କାର ଉପରେ ଚଢିଯାଇଥିଲା ଆମ୍ବୁଲାନ୍ସ । ଆମ୍ବୁଲାନ୍ସ ଡ୍ରାଇଭର ଫେରାର । ୨ ଗୁରୁତର ହସ୍ପିଟାଲରେ ଭର୍ତ୍ତି ।
ଘଟଣାସ୍ଥଳରେ ଭାଲୁଜୁରି ଗାଁର ଶୁଖିରାମ ମହାନନ୍ଦଙ୍କ ମୃତ୍ୟୁ । ପରିବାର ସଦସ୍ୟଙ୍କ ଦେହ ଖରାପ ଥିବାରୁ ଚିକିତ୍ସା ପାଇଁ ସେମାନଙ୍କୁ ନେଇ ମେଡିକାଲ ଯାଉଥିଲେ । କୌଣସି କାରଣରୁ ମାୟାବରାହ ଛକରେ କିଛି ସମୟ ପାଇଁ ଗାଡିକୁ ଅଟକାଇଥିଲେ । ଏହି ସମୟରେ ପଛ ପାର୍ଶ୍ୱରୁ ଆସି କାରକୁ ଆମ୍ବୁଲାନ୍ସ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି ।
Views: 99











