The Ultimate Managed Hosting Platform
ADVERTISEMENT

ଆମେରିକା ରାଷ୍ଟ୍ରପତିଙ୍କୁ କରୋନା

Facebook
Twitter
LinkedIn

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କରୋନାରେ ଆକ୍ରାନ୍ତ । ବାଇଡେନଙ୍କୁ କରୋନା ନେଇ ହ୍ୱାଇଟ ହାଉସ ପକ୍ଷରୁ ସୂଚନା । ସାମାନ୍ୟ ଲକ୍ଷଣ ଥିବା ନେଇ ସୂଚନା ରହିଛି । ଆଇସୋଲେସନରେ ରହି କାମ କରିବେ ରାଷ୍ଟ୍ରପତି ଜୋ ବାଇଡେନ । ୨ ବର୍ଷ ପରେ ପୁଣି ଥରେ ବାଇଡେନ କରୋନାରେ ସଂକ୍ରମିତ ହୋଇଛନ୍ତି । ଲସ ଭେଗାସରେ ଏକ ସମ୍ମିଳନୀରେ ଭାଷଣ ଦେବା ପୂର୍ବରୁ ତାଙ୍କର କୋଭିଡ ଟେଷ୍ଟ କରାଯାଇଥିଲା । ଏହି ସମୟରେ ସେ କରୋନା ସଂକ୍ରମିତ ଥିବା ଜଣାପଡିଥିଲା । ଏହା ପରେ ବାଇଡେନ ଆମେରିକାର ଡେଲାୱେର ଫେରିଆସି ସେଠାରେ କ୍ୱାରେଣ୍ଟିନରେ ରହିବେ ବୋଲି ଜଣାପଡିଛି । ପୂର୍ବରୁ ଜୁଲାଇ ୨୦୨୨ରେ ବାଇଡେନ କୋଭିଡ ସଂକ୍ରମିତ ହୋଇଥିଲେ । ତେବେ ରାଷ୍ଟ୍ରପତି ପଦରେ ବସିବା ପୂର୍ବରୁ ସେ କୋଭିଡ ଟିକା ନେଇ ସାରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login