ନୂଆଦିଲ୍ଲୀ : ଆମେରିକା ଭିସାକୁ ନେଇ ସାମାନ୍ୟ ଆଶ୍ବସ୍ତି । ଯେଉଁମାନେ ଆମେରିକାରେ ଅଛନ୍ତି ସେମାନଙ୍କ ପାଇଁ ନୂଆ ନିୟମ ଲାଗୁ ହେବ ନାହିଁ । ଯେଉଁମାନେ ନୂଆ ଆବଦେନକାରୀ ସେମାନଙ୍କ କ୍ଷେତ୍ରରେ କେବଳ ଏହି ନୂଆ ନିୟମ ଲାଗୁ ହେବ । ନୂଆ H-1B ଭିସା ଆବେଦନ ପାଇଁ ବାର୍ଷିକ ୯୦ ଲକ୍ଷ ଟଙ୍କା ଦେବାକୁ ହେବ । ଯେଉଁମାନଙ୍କ ପାଖରେ H-1B ଭିସା ଅଛି ଏବଂ ସେମାନେ ଆମେରିକା ବାହାରେ ଅଛନ୍ତି, ସେମାନଙ୍କ ପାଇଁ ନୂଆ ନିୟମ ଲାଗୁ ହେବ ନାହିଁ ।
ସୂଚନାନୁଯାୟୀ, ସୋସିଆଲ ମିଡିଆ ଢରେ ସୂଚନା ଦେଇଛନ୍ତି ହ୍ବାଇଟ ହାଉସ ପ୍ରେସ୍ ସଚିବ କାରୋଲିନ ଲେଭିଟ। ଭିସା ନବୀକରଣ ପାଇଁ ମଧ୍ୟ ଏହା ଲାଗୁ ହେବ ନାହିଁ। ଯେଉଁମାନେ ଭିସା ପାଇଁ ନୂଆ ଆବେଦନ କରିବେ କେବଳ ସେହିମାନଙ୍କୁ ହିଁ ୯୦ ଲକ୍ଷ ଦେବାକୁ ପଡ଼ିବ। ନୂଆ ନିୟମ ଆଜି ଠାରୁ ଲାଗୁ ହେବ। ଏ ନେଇ ଗତକାଲି ଏକଜେକ୍ୟୁଟିଭ ଅର୍ଡରରେ ଦସ୍ତଖତ କରିଛନ୍ତି ଟ୍ରମ୍ପ।
Views: 53