The Ultimate Managed Hosting Platform
ADVERTISEMENT

ଆମେରିକାର ଲସ୍ ଆଞ୍ଜେଲସରେ ଭୟଙ୍କର ଅଗ୍ନିକାଣ୍ଡ, ୬ ଜଣଙ୍କର ଜୀବନ ଯାଇଥିବା ବେଳେ ୧୫ ହଜାରରୁ ଅଧିକ ଘର ପୋଡି ପାଉଁଶ

Facebook
Twitter
LinkedIn

ନୂଆଦିଲ୍ଲୀ : ଆମେରିକା ଲସ୍ ଏଞ୍ଜଲିସରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଗୁରୁତର ହୋଇଛନ୍ତି । ଜଙ୍ଗଲରେ ଥିବା ହଜାର ହଜାର ଗଛ ପୋଡି ପାଉଁଶ ହୋଇଗଲାଣି । ଜନ ବସତି ଆଡକୁ ମାଡି ଆସିଲାଣି ନିଆଁ । ବହୁ ଆବାସିକସ୍ଥଳ ଓ ଦୋକାନ ବଜାର ନଷ୍ଟ ହୋଇଯାଇଛି । ୧୫ ହଜାରରୁ ଅଧିକ ଘର ଜଳିପୋଡି ପାଉଁଶ ହୋଇଗଲାଣି । ଲୋକେ ଭୟଭୀତ ହୋଇ ଘର ଛାଡି ଦୌଡି ପଳାଉଛନ୍ତି। ଜୋର୍ ପବନ ବହିବା ଯୋଗୁଁ ଦ୍ରୁତ ଗତିରେ ନିଆଁ ବ୍ୟାପିବାରେ ଲାଗିଛି । ଏଠାରେ ସ୍କୁଲ ବନ୍ଦ କରିଦିଆଯାଇଛି । କେବଳ ସେତିକି ନୁହେଁ ନିଆଁ ଯୋଗୁଁ ଉଡାଣ ପ୍ରଭାବିତ ହୋଇଛି । ସମୁଦ୍ର କୂଳରେ ପବନ ଜୋରରେ ହେବା ଯୋଗୁଁ ନିଆଁ ବ୍ୟାପିବାରେ ଲାଗିଛି । ନିଆଁକୁ ଆୟତ୍ତ କରିବାକୁ ଆକାଶ ମାର୍ଗରୁ ପାଣି ବର୍ଷା କରାଯାଉଛି । ୱାଇଲ୍ଡ ଫାୟାର ଇମର୍ଜେନ୍ସୀ ଘୋଷଣା କରିଛି କାଲିଫର୍ଣ୍ଣିଆ । ନିଆଁର ମୁକାବିଲା ପାଇଁ ଅବସରପ୍ରାପ୍ତ ଫାୟାର ଫାଇଟରଙ୍କୁ କଡାଯାଇଛି । ଜାତୀୟ ପାଣିପାଗ ସେବା ପକ୍ଷରୁ ଲସ ଏଞ୍ଜେଲ୍ସ କାଉଣ୍ଟି ପାଇଁ ବ୍ୟାପକ ନିଆଁ ଲାଗିବା ସଂପର୍କରେ ଆଗୁଆ ସତର୍କ କରାଯାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login