ନୂଆଦିଲ୍ଲୀ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍ ଅସୁସ୍ଥ । ସେ ଜ୍ୱରରେ ପୀଡ଼ିତ ହେବା ପରେ ତାଙ୍କୁ ସୋମବାର ୱାଶିଂଟନର ଜର୍ଜଟାଉନ୍ ୟୁନିଭର୍ସିଟି ମେଡିକାଲରେ ଭର୍ତ୍ତି କରାଯାଇଛି । କ୍ଲିଣ୍ଟନଙ୍କ ଡେପୁଟି ଚିଫ୍ ଅଫ୍ ଷ୍ଟାଫ୍ ଆଞ୍ଜେଲ ୟୁରେନା ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏହି ସୂଚନା ଦେଇଛନ୍ତି । ୟୁରେନା କହିଛନ୍ତି ଯେ ପୂର୍ବତନ ରାଷ୍ଟ୍ରପତିଙ୍କୁ ଜ୍ୱର ଆସିବା ପରେ ପରୀକ୍ଷା ଏବଂ ନଜରବନ୍ଦୀରେ ରଖିବା ପାଇଁ ସୋମବାର ଅପରାହ୍ନରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେ ସୁସ୍ଥ ଏବଂ ସମ୍ପୂର୍ଣ୍ଣ ରୂପେ ଡାକ୍ତରଙ୍କ ହେପାଜତରେ ଅଛନ୍ତି ।
Views: 45