The Ultimate Managed Hosting Platform
ADVERTISEMENT

ଆମେରିକାରେ ପୁଣି ଫୁଟିଲା ଗୁଳି: ୩ ଶିଶୁଙ୍କ ସମେତ ୬ ମୃତ

Facebook
Twitter
LinkedIn

ନୂଆଦିଲ୍ଲୀ : ଆମେରିକାରେ ପୁଣି ଫୁଟିଲା ଗୁଳି । ସ୍କୁଲକୁ ଟାର୍ଗେଟ କଲା ଦୁର୍ବୃତ୍ତ । ନ୍ୟାସଭିଲ ଖ୍ରିଷ୍ଟ୍ରୟାନ ସ୍କୁଲରେ ଗୁଳିକାଣ୍ଡ ହୋଇଛି । ଏଥିରେ ୩ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି । ଗୁଳିମାଡ଼ କରିଥିବା ଦୁର୍ବୃତ୍ତ ପୋଲିସ ଗୁଳିରେ ମୃତ । ସ୍କୁଲରେ ପାଖାପାଖି ୨୦୦ ଛାତ୍ରଛାତ୍ରୀ ଥିଲେ । ଏକ କବାଟ ନିକଟରେ ଥାଇ ଗୁଳିମାଡ଼ କରିଥିଲା ଆତତାୟୀ। ଅନ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲ ପରିସରରୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଗୁଳିକାଣ୍ଡ କରିଥିବା ବ୍ୟକ୍ତି ଜଣଙ୍କ ହେଲେ ସ୍କୁଲର ପୂର୍ବତନ ଛାତ୍ର ଏଦ୍ରୁୟେ ହାଲେ। ସେ ଜଣେ ଟ୍ରାନ୍ସଜେଣ୍ଡର । ସ୍କୁଲ ଉପରେ ଗୁଳିକାଣ୍ଡ କରିବାକୁ ପୂରା ଯୋଜନା କରିଥିଲା ଏଦ୍ରୁୟେ । ଘଟଣାକୁ ନିନ୍ଦା କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ। ବନ୍ଧୁକ ଚାଳନା ଉପରେ ଅଧିକ ପ୍ରତିବନ୍ଧକ ଲଗାଇବାକୁ କଡା ନିୟମ ଆଣିବାକୁ ସେ ବୈଠକ ଡାକିଛନ୍ତି । କହିଛନ୍ତି, ଏହା ହୃଦୟ ବିଦାରକ। ମୃତକଙ୍କ ପରିବାର ପାଇଁ ଏକ ଦୁସ୍ୱପ୍ନ । ଆମକୁ ବନ୍ଧୁକ ହିଂସା ରୋକିବାକୁ ଅଧିକ ପଦକ୍ଷେପ ନେବାକୁ ପଡିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login