The Ultimate Managed Hosting Platform
ADVERTISEMENT

ଆମେରିକାରେ ତାଣ୍ଡବ ରଚିଲା ବରଫ ଝଡ, ଲକ୍ଷ ଲକ୍ଷ ଘରୁ ଚାଲିଗଲା ବିଜୁଳି, ୨୪୦୦ ଉଡାଣ ରଦ୍ଦ

Facebook
Twitter
LinkedIn

ନୂଆଦିଲ୍ଲୀ : ଆମେରିକାରେ ତାଣ୍ଡବ ରଚିଲା ବରଫ ଝଡ । ବରଫ ଝଡ ଯୋଗୁଁ ଲକ୍ଷ ଲକ୍ଷ ଲୋକ ଘରେ ବନ୍ଦୀ ହୋଇ ରହିଛନ୍ତି । ରାସ୍ତାଘାଟ ଜାମ୍ ହୋଇଛି । ଏଥିରେ କିଛି ଲୋକଙ୍କ ଜୀବନ ମଧ୍ୟ ଯାଇଛି । ଜନଜୀବନ ପ୍ରଭାବିତ ହୋଇଛି । ପୂର୍ବତଟରୁ ଆରମ୍ଭ କରି ନ୍ୟୁ ଜର୍ସି ଯାଏଁ ୬ କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ତୁଷାରପାତ, ବରଫ, କୋହଲା ପବନ ଏବଂ ତାପମାତ୍ରା ହ୍ରାସ ଯୋଗୁ ଆମେରିକାର କେତେକ ଅଞ୍ଚଳରେ ଅବସ୍ଥା ବିପଜ୍ଜନକ ହୋଇପଡିଛି। ତୁଷାର ଝଡ଼ର ଦେଶର ସମସ୍ତଙ୍କୁ ଆତଙ୍କିତ କରିଛି ।ଖବର ମୁତାବକ, ଭର୍ଜିନିଆ ପର୍ୟ୍ୟନ୍ତ ୧୭୫,୦୦୦ରୁ ଅଧିକ ଲୋକ ବିନା ବିଦ୍ୟୁତରେ ରହିବାକୁ ବାଧ୍ୟ ହୋଇଛନ୍ତି । ବରଫ ତୋଫାନ ଯୋଗୁଁ ୨,୪୦୦ ବିମାନ ଉଡାଣ ରଦ୍ଦ ହୋଇଛି । ହଜାରରୁ ଅଧିକ ବିମାନ ବିଳମ୍ବରେ ଉଡାଣ ଭରିଛି । ବରଫ ଝଡ ଯୋଗୁଁ ରେଳଯାତ୍ରା ସଂପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ୫୦ରୁ ଅଧିକ ଟ୍ରେନ ବାତିଲ ହୋଇଛି । ହାଡ-ଭଙ୍ଗା ଥଣ୍ଡା ଯୋଗୁ ଏୟାର ଟ୍ରାଫିକ୍ ଏବଂ ସଡକ ଯାତାୟାତ ପ୍ରଭାବିତ ହୋଇଛି ।ଅନେକ ରାଜ୍ୟରେ ବର୍ତ୍ତମାନ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଏହା ସହିତ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏହି ବରଫଝଡ଼ କାରଣରୁ ସମଗ୍ର ଆମେରିକାର ପାଖାପାଖି ୬ କୋଟି ଲୋକ ପ୍ରଭାବିତ ହେବେ । ଦେଶର ଉତ୍ତର-ପଶ୍ଚିମରେ ଥିବା ରକି ପର୍ବତସ୍ଥିତ ମୋଣ୍ଟାନାରୁ ନେଇ ମେରିଲାଣ୍ଡ, ଡେଲାୱେର୍ ଏବଂ ଭର୍ଜିନିଆ ଉପକୂଳବର୍ତ୍ତୀ ରାଜ୍ୟ ପର୍ୟ୍ୟନ୍ତ ଶୀତକାଳୀନ ଝଡ଼ର ଆଲର୍ଟ ଜାରି କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login