ନୂଆଦିଲ୍ଲୀ : ଆମେରିକାକୁ ମାଡି ଆସୁଛି ଘୂର୍ଣ୍ଣିଝଡ ହିଲାରି। ଫଳରେ ମେକ୍ସିକୋ ଏବଂ ଦକ୍ଷିଣ ପଶ୍ଚିମ ଆମେରିକା ଉପରେ ବିପଦ। ଆସନ୍ତାକାଲି ଲାଣ୍ଡଫଲ୍ କରିବା ପରେ ବୁଧବାର ଯାଏ ତାଣ୍ଡବ ରଚିବ ହିଲାରି ବାତ୍ୟା। ଏହାର ପ୍ରଭାବରେ ଆମେରିକାର ଦକ୍ଷିଣ ପଶ୍ଚିମ ଭାଗ ଓ କାଲିଫର୍ଣ୍ଣିଆରେ ପ୍ରବଳ ବର୍ଷିବ । କାଲିଫର୍ଣ୍ଣିଆ, ନେଭଦା ଓ ଅରିଜୋନାରେ ବ୍ୟାପକ କ୍ଷୟକ୍ଷତି ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଇତିହାସରେ ପ୍ରଥମ ଥର ଦକ୍ଷିଣ କାଲିଫର୍ଣ୍ଣିଆ ଲାଗି ଟ୍ରପିକାଲ ଷ୍ଟର୍ମ ୱାଚ ଜାରି କରାଯାଇଛି । ଦକ୍ଷିଣ କାଲିଫର୍ଣ୍ଣିଆ ପାଇଁ ଲେଭଲ ୪ ଚେତାବନୀ ଦିଆଯାଇଛି ।
Views: 87