The Ultimate Managed Hosting Platform
ADVERTISEMENT

ଆମେମାନେ ଆଗରୁ ଅନେକଥର ଶୁଣିଛେ ପୃଥିବୀ ପୃଷ୍ଠରେ ଏଲିଏନ ଅଛନ୍ତି । ପୃଥିବୀ ପୃଷ୍ଠକୁ ଏଲିଏନ ମାନେ ଆସିଥିବାର ଅନେକ ରିସର୍ଚ୍ଚରୁ ମଧ୍ୟ ପ୍ରମାଣ ପାଇଛେ ।

Facebook
Twitter
LinkedIn

ଆମେମାନେ ଆଗରୁ ଅନେକଥର ଶୁଣିଛେ ପୃଥିବୀ ପୃଷ୍ଠରେ ଏଲିଏନ ଅଛନ୍ତି । ପୃଥିବୀ ପୃଷ୍ଠକୁ ଏଲିଏନ ମାନେ ଆସିଥିବାର ଅନେକ ରିସର୍ଚ୍ଚରୁ ମଧ୍ୟ ପ୍ରମାଣ ପାଇଛେ । ଆମେମାନେ ସବୁବେଳେ ସୋସିଆଲ୍ ମିଡିଆ ଏବଂ ଖବରକାଗଜ କିମ୍ବା ଅନେକ ଗୁଡିଏ ଗଣମାଧ୍ୟମରେ ପ୍ରକାଶିତ ହେଉଥିବା ଖବରରୁ ଜାଣିବାକୁ ପାଇଥାଉ ଯେ. ଆଜିବି ପୃଥିବୀ ପୃଷ୍ଠକୁ ଏଲିଏନ ମାନେ ଆସନ୍ତି ।

ଏଲିଏନମାନଙ୍କୁ ନେଇ ଅନେକ ଗୁଡିଏ ଚଳଚିତ୍ର ମଧ୍ୟ ହୋଇଛି । ତେବେ ଏଠାରେ ଆମେ କହିରଖୁଛୁ ଯେ, ଆମେ ଏଠାରେ କୌଣସି ଚଳଚିତ୍ର ବିଷୟରେ ଆଲୋଚନା କରୁନୁ । ଆମେ ଏଠାରେ ଉଡନ୍ତା ଥାଳିଆ ଏଲିଏନ କଥା କହିବାକୁ ଯାଉଛୁ । ଯାହାର ପ୍ରମାଣ ମଧ୍ୟ ମିଳିସାରିଛି ଚୀନର ଆକାଶରେ । କିଛି ଦିନ ପୂର୍ବରୁ ଚୀନ୍‌ର ଆକାଶରେ ଏମାନଙ୍କର ବଳୟ ଦେଖିଥିବାର ଜଣେ ପାଇଲଟ ଦାବି କରିଥିଲେ ଓ ଏହା ସହିତ ସେ ସେହି ଏଲିଏନଙ୍କ ବଳୟକୁ ଫୋନରେ ମଧ୍ୟ କ୍ୟାପଚର କରିଥିଲେ । ଏଲିଏନଙ୍କ ବଳୟ ଘୁରୁଥିବାର ଭିଡିଓ ମଧ୍ୟ କରିଥିଲେ , ଯେଉଁ ଭିଡିଓ ଖୁବ ଭାଇରାଲ ହୋଇଥିଲା । ଏହା ପର ଠାରୁ ଏଲିଏନଙ୍କ ବିଷୟରେ ଜୋରସୋରରେ ଅନୁସନ୍ଧାନ କରାଯାଉଛି । ଏମିତିକି ଏହି ପ୍ରାଣୀକୁ ନେଇ ବିଭିନ୍ନ ବୈଜ୍ଞାନିକମାନଙ୍କର ଭିନ୍ନ ଭିନ୍ନ ମତ ମଧ୍ୟ ରହିଛି ।ତେବେ ସାରା ଦୁନିଆରେ ଏଲିଏନମାନଙ୍କୁ ନେଇ ନୂଆ ନୂଆ କଥା ସାମ୍ନାକୁ ଆସୁଛି । ଖୋଲିବାକୁ ଲାଗିଛି ଏମାନଙ୍କ ରହସ୍ୟ । ସବୁ ବୈଜ୍ଞାନିକମାନେ ଏଲିଏନକୁ ନେଇ ବିଭିନ୍ନ ପ୍ରକାର କଥା କହୁଥିବା ବେଳେ , ଇସ୍ରାଏଲ ର ବୈଜ୍ଞାନିକ ହୈମ୍ ଇଶେଦ୍ ଏଲିଏନ୍ସଙ୍କୁ ନେଇ ଏମିତି ଏକ ଯୁକ୍ତି ବାଢିଥିଲେ ଯେ, ଯାହା ପରେ ଏଲିଏନ୍ସଙ୍କ ଅସ୍ତିତ୍ୱକୁ ନେଇ ଚର୍ଚ୍ଚା ଜୋର ସୋରରେ ଚାଲିଛି। ଇଶେଦ୍ କହିଥିଲେଯେ ଏଲିଏନ୍ସ ମାନେ ପୃଥିବୀରେ ବାସ କରନ୍ତି ଏବଂ ସେମାନଙ୍କର ଘର ମଙ୍ଗଳ ଗ୍ରହରେ ଅଛି । ବୈଜ୍ଞାନିକ ହୈମ୍ ଇଶେଦ୍ଙ୍କୁ ଇସ୍ରାଏଲର ଉପଗ୍ରହ କାର‌୍ୟ୍ୟକ୍ରମ ବା ସାଟେଲାଇଟ ପ୍ରୋଗ୍ରାମ ର ପିତା କୁହାଯାଏ ।
ତେବେ ବର୍ତ୍ତମାନ ଏଲିଏନଙ୍କୁ ନେଇ ଏମିତି ଏକ ତଥ୍ୟ ଆସିଛି ଯେ ଆପଣ ଶୁଣିଲେ ହୁଏତ ଆଶ୍ଚର‌୍ୟ୍ୟ ହେବେ । ଆପଣ କେବେ ୟୁଏଫଓ ବିଷୟରେ ଶୁଣିଛନ୍ତି କି ଯାହାକି ଏହି ଏଲିଏନ ମାନଙ୍କର ହି ଉଡା ଜାହାଜ । ଅନେକ ଥର ଆକାଶ ମାର୍ଗରେ ଏଲିଏନଙ୍କ ଉଡନ୍ତା ଥାଳିକୁ ଦେଖିଥିବା କିଛି ଲୋକେ ଯୁକ୍ତି ମଧ୍ୟ ରଖିଛନ୍ତି । ତେବେ ନୂଆବର୍ଷ ମାନେ ୧ ତାରିଖ ଦିନ ସଂନ୍ଧ୍ୟା ସମୟରେ ଏହି ଏଲିଏନଙ୍କ ବଳୟ ଆକାଶରେ ଦେଖିଥିବାର ଜଣେ ବ୍ୟକ୍ତି ଯୁକ୍ତି କରିଛନ୍ତି । କୋଲମ୍ବସ ର ଓହିୟୋଂଠାରେ ଜଣେ ୟୁଟ୍ୟୁବର ବାଲ୍ଟଟିମ୍ ନିଜ ଖାଲି ଆଖିରେ ହିଁ ଏହ ଟୠଙ ଦେଖିଛନ୍ତି । ସେ କହିଛନ୍ତି ଯେ ୧ ତାରିଖ ଦିନ ସଂନ୍ଧ୍ୟା ସମୟରେ ସେ ଆକାଶରେ ତ୍ରିକୋଣୀୟ ଥାଳି ଦେଖିଛନ୍ତି , ଯାହାକି ଏଲିଏନମାନଙ୍କର । ଏମିତିକି ଏହି ୟୁଏଫଓ ନିଜକୁ ଲୁଚାଇବାକୁ ଚେଷ୍ଟା କରୁଥିଲା , ତେଣୁ କିଛି ସମୟ ମଧ୍ୟରେ ହିଁ ଏହା ଆକାଶ ମାର୍ଗରେ ହିଁ କେଉଁଠି ଉଭା ନେଇ ଯାଇଥିଲା ।

ବାଲ୍ଟ ଟିମ୍ ନିଜ ୟୁଟ୍ୟୁବ ଆକାଉଣ୍ଟରେ ଦେଖିଥିବା ଭିଡିଓ ସେୟାର କରିଥିଲେ । ସେ କହିଛନ୍ତି ଯେ ଆକାଶ ମାର୍ଗରେ ମୁଁ ୟୁଏଫଓ ଦେଖିବା ସମୟରେ ଏହା ବିଭିନ୍ନ ଦିଗରେ ଯାଉଥିଲା ଓ ତା ର ଲାଇଟ ମଧ୍ୟ ଚକମକ କରୁଥିଲା । ଏମିତିକି ତାଙ୍କର ୟୁଟ୍ୟୁବ ଭିଡିଓରେ ମଧ୍ୟ ଅନେକ ଭ୍ୟୁ ହୋଇଥିଲା ଓ ୟୁଟ୍ୟୁବ ଚ୍ୟାନେଲ ର ଫୋଲର୍ସ ମଧ୍ୟ ବଢିଥିଲା । ତେବେ ଏହି ଭିଡିଓ ଦେଖି ଅନେକ ଏଲିଏନଙ୍କ ଅସ୍ତିତ୍ୱ ଉପରେ ପ୍ରଶ୍ନ କରିଥିଲେ । ଅବଶ୍ୟ, ୨୦୨୧ ମେ ମାସରେ, ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ ଏକ ଲାଇଭ୍ ଷ୍ଟ୍ରିମରେ ଟୠଙ ର ଏକ ଲାଇଭ ଫୁଟେଜ୍ ଦେଖାଇଥିଲା । ନାସା ମଧ୍ୟ ନିଜ କ୍ୟାମେରାରେ ଏହି ୟୁଏଫଓ କୁ କ୍ୟାପ୍ଚର କରିଥିଲା । ତେଣୁ ବାଲ୍ଟ ଟିମଙ୍କ କହିବା ଅନୁଯାୟୀ ଏଲିଏନମାନେ ନୂଆ ବର୍ଷ ପାଳିବା ପାଇଁ ଏହି ପୃଥିବୀ ପୃଷ୍ଠକୁ ଆସିଥିଲେ । ତେବେ ଏହା କେତେ ସତ କେତେ ମିଛ ତାହା ମଧ୍ୟ ସମୟ ଆସିଲେ ଜଣା ପଡିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login