The Ultimate Managed Hosting Platform
ADVERTISEMENT

ଆଫଗାନିସ୍ତାନ-ତାଜକିସ୍ତାନରେ ଭୂକମ୍ପ ଝଟକା, ଜମ୍ମୁ କଶ୍ମୀରରେ ମଧ୍ୟ ଝଟକା ଅନୁଭୂତ

Facebook
Twitter
LinkedIn

ନୂଆଦିଲ୍ଲୀ : ଆଫଗାନିସ୍ତାନ-ତାଜିକିସ୍ତାନ ସୀମା ଅଞ୍ଚଳରେ ୫.୯ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହି ଭୂକମ୍ପ ଝଟକା ଜମ୍ମୁ-କଶ୍ମୀର ପର୍ୟ୍ୟନ୍ତ ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦସ୍ଥଳ ୮୬ କିମି ଗଭୀରତାରେ ଥିଲା । ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଲୋକମାନେ ଭୟଭୀତ ହୋଇ ଘରୁ ଦୌଡିଥିଲେ । ଭୂକମ୍ପ ଝଟକା ୧୨.୨୦ ମିନିଟରେ ଅନୁଭୂତ ହୋଇଥିଲା । ତେକେ ଭୂକମ୍ପରେ କ୍ଷୟକ୍ଷତି କିଛି ଆକଳନ କରାଯାଇନାହିଁ ।ଗତକାଲି ରାତିରେ ମିଆଁମାରର ଅନେକ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ରାତି ୧୧.୦୪ ମିନିଟରେ ପ୍ରଥମ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୩.୬ ମାପ କରାଯାଇଥିଲା । ସୂଚନାଯୋଗ୍ୟ, ଗତ କିଛି ଦିନ ମଧ୍ୟରେ ଏସିଆର ଅନେକ ଦେଶରେ ବାରମ୍ବାର ଭୂକମ୍ପ ଝଟକା ଅନୁଭୂତ ହେଉଛି । ୨୮ ମାର୍ଚ୍ଚରେ ମିଆଁମାରରେ ଏକ ବଡ଼ ଭୂମିକମ୍ପ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login