କଟକ : ଆପାର୍ଟମେଣ୍ଟରେ ବ୍ୟବସାୟୀଙ୍କ ଠାରୁ ଲୁଟ ଘଟଣାରେ ୩ ଜଣ ଗିରଫ ହୋଇଛନ୍ତି । ବ୍ୟବସାୟୀଙ୍କ ଡ୍ରାଇଭର ସମେତ ୩ ଜଣଙ୍କୁ ଗିରଫ କଲା ପୋଲିସ । ବାଦାମବାଡି ବିକାଶ ନଗର ଆପାର୍ଟମେଣ୍ଟରେ ଲୁଟ କରିଥିଲେ ଦୁର୍ବୁତ୍ତ । ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ବାଦାମବାଡ଼ି ଥାନା ପୋଲିସ । ଆଜି ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ସୂଚନା ଦେବେ କଟକ ଡିସିପି । ଗତ ସୋମବାର ରାତି ୮ ଟା ପାଖାପାଖି ହୋଇଥିଲା ଲୁଟ । ମାଲଗୋଦାମର ଜଣେ ବ୍ୟବସାୟୀଙ୍କ ଠାରୁ ଲୁଟ କରିଥିଲେ ଦୁବୃର୍ତ୍ତ । ଆକ୍ରମଣ କରିବା ସହ ବନ୍ଧୁକ ଦେଖାଇ ଟଙ୍କା ବ୍ୟାଗ ଛଡ଼ାଇ ଫେରାର ହୋଇ ଯାଇଥିଲେ ଦୁବୃତ୍ତ।
Views: 30