କଟକ : ଆପତ୍ତିଜନକ ଏ.ଆଇ ଭିଡିଓ କରି ଯୁବକ ଗିରଫ । ଏ.ଆଇ ଭିଡିଓ କରି ସୋସିଆଲ ମିଡିଆରେ ଛାଡୁ ଥିଲେ ଅଭିଯୁକ୍ତ । ଗିରଫ କଲା ସାଇବର ଥାନା ପୋଲିସ। ସୋସିଆଲ ମିଡିଆରେ ଏପରି ଭିଡିଓ ଛାଡ଼ି ଅଧିକ ଭୀୟୁ ଆଶାରେ ଟଙ୍କା ରୋଜଗାର କରିବା ପାଇଁ ଚେଷ୍ଟା କରୁଥିଲେ ଅଭିଯୁକ୍ତ । ଗିରଫ ଅଭିଯୁକ୍ତ ସାଲେପୁର ଅଞ୍ଚଳର ବିଶ୍ଵ ବଲ୍ଲଭ ନନ୍ଦ । ଅଭିଯୁକ୍ତ ଠାରୁ ଏକ ମୋବାଇଲ ଫୋନ୍, କିଛି ସ୍କ୍ରିନ ସର୍ଟ ଜବତ୍ କରିଛି ସାଇବର ଥାନା ପୋଲିସ । କୌଣସି ଅଜଣା ଅଚିହ୍ନା ବ୍ୟକ୍ତି ଙ୍କ ଠାରୁ ଫ୍ରେଣ୍ଡ୍ ରିକ୍ୟୁଏଷ୍ଟ୍ ଗ୍ରହଣ ନ କରିବା ସହିତ, କୌଣସି ବ୍ୟକ୍ତିଗତ ତଥ୍ୟ କିମ୍ବା ଫଟ,ଭିଡିଓ ଆଦି ସେୟାର ନ କରିବାକୁ ଅପିଲ କରିଛନ୍ତି କଟକ ଡିସିପି ।
Views: 29